STORYMIRROR

Disambar Meher

Others

2  

Disambar Meher

Others

ଦାଦନ୍

ଦାଦନ୍

1 min
13.4K


ସାଗୁଆ ସୁନ୍ଦର ଅଂଘା ପିନ୍ଦିଛେ

ମୋର୍ ମାଏଟ୍ ମାଆ

ଦାନା ପାଏନ୍ ଦେସି

ସବୁନ୍ ଅଏନ୍ ତାର୍ ନାଆଁ

ଇ ମାଏଟ୍ କେ କହୁଥିଲୁ ଦିନେ ସୁନା

ଆଏଜ୍ କାଏଁଟା କଲା ତକେ ଉନା

ଖଟି ଖାଇଗଲୁ ବିଦେସ୍

ବଦ୍ଲିଗଲା ରଙ୍ଗଢଙ୍ଗ ବଦ୍ଲିଗଲା ବେସ୍

ସରଦାର୍ ହେଲା ମହାପୁର

ଟଁକା ଲାଗି ଗାଁ ମାଏଟକେ ନାଇଁ ପଚାରୁ

ଲୁଭେ ପଡି ଗଲୁ ଖଟି

ବୁହେଲୁ ମାଏଟ୍ ଇଟ୍ ଭାଟି

ଖଟାଇ ଖଟାଇ ଦିନ୍ ରାଏତ୍

ଖଟାଲା ତକେ ମହାଜନ୍

କାନ୍ଧିକାନ୍ଧି ଛାତି ଫାଟ୍ଲା

ଘର୍ କେ ଘାଁଟି ହେଲା ମନ୍

ଘରେ ବସି ଉସତେ

ଖାଉଥିଲୁ ବାସି ନୁନ୍

ଟଁକା ଲୁଭେ ଦାଦନ୍ ଗଲୁ

ଭୁଲିଗଲୁ ଇ ମାଏଟ୍ ର ଗୁନ୍

ଡିସମ୍ବର ମେହେର

ଗଣ୍ଡାବାହାଲି ନୂଆପଡା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍