Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Snigdha Samantaray

Others

3  

Snigdha Samantaray

Others

ଦାଦନ

ଦାଦନ

1 min
214


ନାବାଳକ ମାନେ କାମ ଅନ୍ୱେଷଣେ

ରାଜ୍ୟ ବାହାରଯାଆନ୍ତି

ହାଡଭଙ୍ଗା ପରିଶ୍ରମ କାମ କରି

ମଜୁରୀ କମ ପାଆନ୍ତି ।

ଶାରୀରିକ ମାନସିକ ନିର୍ଯ୍ୟାତନା

ଦାଦନ ଭାଗ୍ୟରେ ଲେଖା

ପର୍ଯ୍ୟାପ୍ତ କର୍ମ ନିଯୁକ୍ତି ରାଜ୍ୟେ ଥିଲେ

ହସନ୍ତା କପାଳ ରେଖା ।

ଠିକାଦାର ମାଧ୍ୟମେ ଶିଶୁ ଶ୍ରମିକ

ମାନେ ଗୋଷ୍ଠୀରେ ଯାଆନ୍ତି

ଆନ୍ତଃ ରାଜ୍ୟ ଶ୍ରମିକ ଆଇନ ଦ୍ୱାରା

ନିମ୍ନ ମଜୁରୀ ପାଆନ୍ତି ।

ସରକାରଙ୍କ ଆଇନ ଯୋଜନାରେ

ଦାଦନଟି ଥାଏ ଅଜ୍ଞ

ଶ୍ରମିକମାନଙ୍କ ଦୁଃଖ ଓ ଦୁର୍ଦ୍ଦଶା

କଷ୍ଟ ବଢେ ଘନାଘନ ।

ସମ୍ପୂର୍ଣ୍ଣ ମଜୁରୀରୁ ନିଜ ପାଇଁ ତ

କିଛି ରଖେ ଠିକାଦାର

ନିୟମ କାନୁନ ସୂଚନା ଅଭାବେ

ଦାଦନ ବନ୍ଧୁ ଶିକାର ।

ନିୟମିତ କାମଧନ୍ଦା ପାଉଥିଲେ

ଗରୀବ ଜାତିର ଜନ

ବର୍ଷ ସାରା କାମ ନ ମିଳିପାରିଲେ

ଦାଦନ ହେବାର ମନ ।

ଆର୍ଥିକ ଅନାଟନ କରିଛି ଗ୍ରାସ

ଘର ପାଇଁ ତେଲ ଲୁଣ

ଦଲାଲ ମାଲିକ ମଧ୍ୟେରେ ଗରିବୀ

ଦାଦନ କର୍ମେ ଶୋଷଣ ।

ଜନମ ମାଟିର କୃଷିର କ୍ଷେତଟି

ବୁଝେ ନାହିଁ ଛୋଟ ମନ 

ଶିକ୍ଷିତ ଅଶିକ୍ଷିତ ଅନ୍ୟ ରାଜ୍ୟରେ

ବୃତ୍ତି ଲୋଭେ ଚୁକ୍ତି ଶ୍ରମ ।



Rate this content
Log in