STORYMIRROR

Jagabandhu Sahu

Others

3  

Jagabandhu Sahu

Others

ଦାଦନ

ଦାଦନ

1 min
223

ପେଟ ଚାଖଣ୍ତକ ପାଇଁ ନିତି ଯାଏ

     କରିବାକୁ ମୁହିଁ କାମ

ହେଲେ ଏ ଦୁନିଆଁ ମୋ ଦୁଃଖ ନବୁଝି

    କହୁଛି ମୋତେ ଦାଦନ

ଓଡିଶା ଛାଡିକି ଯାଉଛି ବିଦେଶ

    ଛାତିରେ ଛାତିଏ କୋହ

ପରିବାରକୁ ମୋ ଖୁସି ରଖିବାକୁ

     ଛାଡିଛି ସେନେହ ମୋହ

ସକାଳରୁ ସଞ୍ଜ  କରୁଅଛି ଶ୍ରମ

     ନାହିଁ ଟିକିଏ ବିଶ୍ରାମ

ଦାରିଦ୍ରତା ଭରା ଜୀବନଟା ଆଜି

    ହୋଇଛି ମୋ ହୀନିମାନ

ଦାଦନ ଖଟିବି  ଗର୍ବରେ କହୁଛି

     ଅଛି ମୋର ସ୍ବାଭିମାନ

ଚୋରି କରୁନାହିଁ ଲୁଟିନି କାହାର

     କରୁଅଛି ଶ୍ରମଦାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍