ଚୁପରୁହ
ଚୁପରୁହ
ଚୁପ ରୁହ
ପାଟି ଖୋଲିଲେ କମାଣ ଗର୍ଜିବ ଏଠି
ଗଣତନ୍ତ୍ର୍ ବିଧବା ସାଜିବ
ଭୂମିକମ୍ପେ ଥରିଉଠିବ ମାଟି
ବିଶ୍ଵାସର ବାଲିବନ୍ଧ ଭାଙ୍ଗିଯିବ
ନାଲିଫିତା ତଳେବନ୍ଧା ଦସ୍ତାବିଜସବୁ
ପକ୍ଷୀ ପରି ଉଡିଯିବେ ମୁକ୍ତ ଆକାଶକୁ
ଆଖି ଥାଉ ଥାଉ ଅନ୍ଧ
ଧ୍ରତରାଷ୍ଟ ପରି
କୁରୁସଭା ତଳେ ଦେଖ ପାଞ୍ଚାଳୀର ବିବସନା
କ୍ଷମତାର ମୋହ କରିଛି ପାଗଳ
କୌରବର ଅନ୍ନେ ପ୍ରତିପାଳିତ
ସବୁ ମହାରଥି
ଜନତାର ଗରମ ଲହୁଲୁହ ପିଇ ପିଇ
ନିଶାରେ ମତୁଆଲା ସାଜି
ସିଡି ବାନ୍ଧୁଛନ୍ତି ଚନ୍ଦ୍ରମଣ୍ଡଳକୁ ।
କିଛି କୁହନି ସେମାନଙ୍କୁ ଚୁପରୁହ
ଦୁଇ ଓଠେ ଭୟର ଅଠା ବୋଳି
ଆମେ ପରା ଶାସନ କରୁଛୁ ନିଜକୁ
ଏଠି କେହି ନୁହେଁ ରାଜା ପରଜା
ସମାନତାର ନିକିତି ଧରି
ଅନ୍ଧଝିଅଟା ବାଣ୍ଟୁଛି ତାରିଖ ତାରିଖ
ସବୁଦିନ ଚାଲେ ଏଠି ପଣସଖିଆ ବିଚାର
ବଦଳିବ ଭାଗ୍ୟ କେବେ
ଅପେକ୍ଷା କର ସମୟକୁ ।
,,,,,,ମୋ -୭୩୭୭୧୯୭୯୯୯
ବଟରପଡା ରାଜକନିକା କେନ୍ଦ୍ରପଡା
