STORYMIRROR

Shashanka sekhar Ray

Others

5.0  

Shashanka sekhar Ray

Others

ଚୁପରୁହ

ଚୁପରୁହ

1 min
730



ଚୁପ ରୁହ

ପାଟି ଖୋଲିଲେ କମାଣ ଗର୍ଜିବ ଏଠି

ଗଣତନ୍ତ୍ର୍ ବିଧବା ସାଜିବ

ଭୂମିକମ୍ପେ ଥରିଉଠିବ ମାଟି

ବିଶ୍ଵାସର ବାଲିବନ୍ଧ ଭାଙ୍ଗିଯିବ

ନାଲିଫିତା ତଳେବନ୍ଧା ଦସ୍ତାବିଜସବୁ

ପକ୍ଷୀ ପରି ଉଡିଯିବେ ମୁକ୍ତ ଆକାଶକୁ

ଆଖି ଥାଉ ଥାଉ ଅନ୍ଧ

ଧ୍ରତରାଷ୍ଟ ପରି

କୁରୁସଭା ତଳେ ଦେଖ ପାଞ୍ଚାଳୀର ବିବସନା

କ୍ଷମତାର ମୋହ କରିଛି ପାଗଳ

କୌରବର ଅନ୍ନେ ପ୍ରତିପାଳିତ

ସବୁ ମହାରଥି

ଜନତାର ଗରମ ଲହୁଲୁହ ପିଇ ପିଇ

ନିଶାରେ ମତୁଆଲା ସାଜି

ସିଡି ବାନ୍ଧୁଛନ୍ତି ଚନ୍ଦ୍ରମଣ୍ଡଳକୁ ।

କିଛି କୁହନି ସେମାନଙ୍କୁ ଚୁପରୁହ

ଦୁଇ ଓଠେ ଭୟର ଅଠା ବୋଳି

ଆମେ ପରା ଶାସନ କରୁଛୁ ନିଜକୁ

ଏଠି କେହି ନୁହେଁ ରାଜା ପରଜା

ସମାନତାର ନିକିତି ଧରି

ଅନ୍ଧଝିଅଟା ବାଣ୍ଟୁଛି ତାରିଖ ତାରିଖ

ସବୁଦିନ ଚାଲେ ଏଠି ପଣସଖିଆ ବିଚାର

ବଦଳିବ ଭାଗ୍ୟ କେବେ

ଅପେକ୍ଷା କର ସମୟକୁ ।

,,,,,,ମୋ -୭୩୭୭୧୯୭୯୯୯

ବଟରପଡା ରାଜକନିକା କେନ୍ଦ୍ରପଡା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍