STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Others

2  

ଓଡ଼ିଆ ଗଳ୍ପ ଓ କବିତା - ୧

Others

ଚଉପଦୀ ଧର୍ମୀୟ-104

ଚଉପଦୀ ଧର୍ମୀୟ-104

1 min
365

ଚଉପଦୀ

ଭାଗ (104)

ପୁଗବୀ - ଆଠତାଳି

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

ଜୀବସଙ୍ଗିନୀ ରେ ଯହିଁ ରିପୁ ଫୁଲଚାପ -

ନାହାର ବାହାର ବାହାରେ କାହାର ଯତନ ଏ ତନୁତାପ (ପଦ)

ଚୁମ୍ବାଇ ବଦନେ ପ୍ରତିଚୁମ୍ବଦାନେ ନ ଚୁମ୍ବି ପ୍ରିୟ ଶ୍ରୀମୁଖ

ଗଲାନି ଭଲା ନିତମ୍ବିନୀ ମଣିରେ କହ ତ କାହାର ଦୁଃଖ (1)

ଜାଣୁ ତ ବଣାମୃଗାକ୍ଷୀ ଏ ବୟସେ ସାକ୍ଷୀ ଏ ମନକୁ ମନ

ରତିବନ୍ଧୁ ବିନା ବଞ୍ଚିବ କି ରୂପେ ଯାମିନୀ ଦିନ (2)

ଚନ୍ଦ୍ରାକା ଚନ୍ଦନ ଚନ୍ଦ୍ରପରାଗରୁ ଜାଣି ଯାହାର ଅଭେଦ

ସେ ରମଣ ଛାତି ଶୀଳ ସୁପାତିର ବିନା କି ଲାଗଇ ନିଦ (3)

ଯାହା ଚାଟୁରୁଚି ଘେନୁଥିଲେ ଲୁଚି ଯାଉଥାଏ ଶଶୀ ଶିରି

ତହିଁମାନେ ହଟି କାହିଁକି ଗଲାଟି ବସୁଧା ଚରମ ଚିରି (4)

ଗଣ୍ଡ ଲଦି ସ୍ତନ ତକିଆରେ ଘନଶ୍ୟାମ ପହୁଡିବେ ନାହିଁ

ବରଜିଣ ତାଙ୍କୁ ଆମ୍ଭ ଜୀଇବାକୁ ଉପାୟ ଅଛି କି ନାହିଁ(5)

ଚାଲୁଁ କେଳି ନିକୁଞ୍ଜକୁ ଶ୍ରୀମତୀଙ୍କି ସଖି କହିବାର ସ୍ନେହେ

ବାଲୁକେଶ ରଣରଣ ଅଷ୍ଟଦୁର୍ଗ ଭୂନାଥ ପ୍ରିୟକୁ କହେ (6)

କବିସୂର୍ଯ୍ୟ ବଳଦେବ ରଥ



Rate this content
Log in