STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Others

2  

ଓଡ଼ିଆ ଗଳ୍ପ ଓ କବିତା - ୧

Others

ଚଉପଦୀ (46)

ଚଉପଦୀ (46)

1 min
404

ଚଉପଦୀ

(46)

ବୃଭ ସିନ୍ଧୁକାମୋଦୀ

ଗୁଣନିଧି ଲାବନ୍ୟ ଲହରୀ ରେ ମୋ ରାଣଟି କହ କହ,

ଦିବ୍ୟ ଅବଧାନେ ଯେବେ ହେଲେ ଧାନେ ଅଛି ମୋରେ ଅନୁଗ୍ରହ (ପଦ)

ଲୀଳା ସଉଧରେ ଆରମ୍ଭି ଥିଲୁ ତ ବିଳାସ ମଧୁର ଗାନ,

ହରିଣାଙ୍କ ବିମ୍ବ ଚାହିଁ କିମ୍ପା ବିମ୍ବଅଧରା ହେଲୁ ମଉନ (1)

ଶଶାଙ୍କ ନୀବାସ ଛାଡି କରି ଶଶକଲେ ଶ୍ରୀମୁଖ ଆଶ୍ରୟ,

ବିମଳ ବଦନ ହେବ ସଲାଞ୍ଛନ, ବୋଲି ଲଙ୍ଘିଲୁ କି ଭୟ (2)

ପଲକେ ପଲଙ୍କେ ମୁଁ ପ୍ରିୟଙ୍କ ଅଙ୍କେ ନିଶି ନୋହିଁଥିଲେ ସ୍ଥିତ,

ଏହି ନିଶାଚର ପିଅଇ ରୁଧିର ବୋଲି ହେଲୁ କି ଚକିତ (3)

କରକଶତର ଅକର୍ମ ପଥର ଦ୍ରବାଏ ମୋ କଣ୍ଠଧ୍ୱନି,

ପୀୟୂଷ ମୃଦୁଳ ବିଧିର କି ବଳ ବିଚାରି ହେଲୁ କି ତୁନୀ (4)

ଅଷ୍ଟଦୁର୍ଗ ପତି ବୋଲେ ଗଜ ଗତି ନକରି କପଟ ଲେଶ,

କରି ଚନ୍ଦ୍ରାଲୋକ ତୁ ହେବାରୁ ମୁକ ହୁଏ ସନ୍ଦେହ ଅଶେଷ (5)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍