STORYMIRROR

Priyabrata Mohanty

Others Children

2  

Priyabrata Mohanty

Others Children

ଚୁଲି

ଚୁଲି

1 min
197

ମାଟିରେ ଗଢ଼ା ତିନୋଟି ଝିଙ୍କା

ହୃଦୟେ ଗଭୀର ଗାତ,

ଇଶାଣ ଘରେ ପଶ୍ଚିମ ମୁଖୀ

ହୋଇ ବସିଥାଏ ଶାନ୍ତ ।।


ତାର ଛାତିରେ ଜଳିଲେ ନିଆଁ

ଆରମ୍ଭ ହୁଏ ରନ୍ଧନ,

ନିଆଁରେ ସିଝି ଖାଦ୍ୟ ପାନୀୟ

ହୁଏ ସ୍ୱାଦିଷ୍ଟ ଭୋଜନ ।।


ଘରର ବୋହୁ ବଡ଼ ଆଦରେ

ଗୋବରରେ ଦିଏ ଲେପ,

ସଞ୍ଜ ସକାଳେ ନୀତି ନିୟମେ

କରେ ଅଗ୍ନିଦେବ ଯପ ।।


ଯାହାବି ମିଳୁ ଚଳେଇ ଦେଉ

ଘଷି କୁଟା ଅବା କାଠ,

ନାଲି ନିଆଁରେ ଜଳି ତୁ ଥାଉ

ନକରି କେବେ ହଟ ।।


ମାଛ ମାଂସ ଅଣ୍ଡା ହେଉ ଅବା

ବାଇଗଣ ପୋଡ଼ା ଭାତ

ତୋ କୋଳରେ ରନ୍ଧା ହୋଇଥିଲେ

ତୁରାଣି ହୁଏ ଅମୃତ ।।


ଚୁଲି ରେ ଚୁଲି ଗଲେଣି ଭୁଲି

ନାହିଁ ଏବେ ତୋର କାମ,

ଗ୍ୟାସ ଚୁଲିର ଆସିଛି ଯୁଗ

ବଦଳି ଯାଇଛି ନାମ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍