STORYMIRROR

Sanjya Tripathy

Others

3  

Sanjya Tripathy

Others

ଚୋରି

ଚୋରି

1 min
225


ସାମାଜିକ ବ୍ୟବସ୍ଥାକୁ ସୁରକ୍ଷା କରି,

ସଂପର୍କ ଗୁଡ଼ିକୁ ଭାବପୂର୍ଣ୍ଣ – ଅର୍ଥପୂର୍ଣ୍ଣ କରି

ଯେତେବେଳେ କବି ରଚିଲେ ମାଟିର ମହାକାବ୍ୟ –

ସୁରଭିତ ଛନ୍ଦୋବଦ୍ଧ କବିତା

ସୁବାସିତ ଭାବୋଦିପକ ଆଲେଖ୍ୟ

ମୁଁ ପ୍ରଜାତିର ଶତାଧୁକ କବିତା

ତଥା କବିତା ପ୍ରତି ପ୍ରଜାତିର

ଗଣଦୁଷ୍କର୍ମ ଠାରୁ ଆରଂଭ କରି

ଦାନ ମାଝିର ଅସହାୟତା

ବ୍ୟବସ୍ଥାର, ପ୍ରଶାସନର ଫଗୁପଣ

ଅନିୟମିତତାର କୀଟଦ୍ରଷ୍ଟ ସମାଜ

ସେଥିରେ ସ୍ଵପ୍ନ ଦେଖା ହେବା

କ୍ଷୁଧା ବିମୁକ୍ତ ବିଶ୍ଵର

ଦୈନ୍ୟ ରହିତ ପୃଥିବୀର

ଅସଂଗତି ବିହୀନ ସମାଜର

ବୈଷମ୍ୟ ବିହୀନ ବ୍ୟବସ୍ଥାର

ବୈଷମ୍ୟର ହିମାଳୟ ତଳେ

ଅସହାୟତାର ଉପତ୍ୟକା

ସେ ଲାଲ ଗହୀରର ଇତି କଥାରେ

ରଘର ସ୍ଵପ୍ନ - ଦିବାକରର ସାମ୍ରାଜ୍ୟ

ଏକ ବିଦାୟୀ ବସନ୍ତର ପତ୍ରଝଡ଼ା ଋତୁରେ

ପ୍ରେମର ଉଦ୍‌ଭାସ, ଚିଭାସ ଓ ପ୍ରଭାସ

ତିନୋଟି ପ୍ରତୀକରେ ରଚିତ

ଏକ ବ୍ୟତିକ୍ରମଭରା ଶ୍ରାବଣୀ କବିତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍