STORYMIRROR

pratap nayak

Others

2  

pratap nayak

Others

ଚୋରାବାଲି

ଚୋରାବାଲି

1 min
3.0K



ମନର ସ୍ପନ୍ଦନରେ ଛାର ଏହି ନିରିହ ସମ୍ପର୍କ

କଥା ଦେଇଥିଲା କେଉଁ ଏକ ଉଆଁସୀ ବେଳାରେ

ସଜେଇଥିଲା ପ୍ରିତୀର ଦୀପାଳି ଢାଳି ତେଲ ପରେ ତେଲ

ଚେଇଁଚେଇଁ ବିନିନ୍ଦ୍ର ରଜନୀ

ଅଳସୁଆ ପ୍ରେମିକ ଭ୍ରମର

ମନାକରୁଥିଲା କରିବନି କାବୁ

ହେଲେ କଣ ହେଲା ଯେ

ମନୁଆ ମନଟା ଲୁଚିଲୁଚି ଅପସରିଗଲା

ଧରାପଡିବା ଉତ୍ତାରୁ ପବନ କହିଲା

ମୋ,ଇପ୍ପସିତ ସମ୍ପର୍କ ମିଳିଗଲା ପରେ

ଯିଏ ଆସିଲାନି ଜନ୍ମଦିନକୁ ମୋର

ତା ସହିତ ସମ୍ପର୍କ କଣ ଯେ

ଖୋଜୁଥିବା ସମୟ ପାଇଁ

ଝୁରୁଥିବା ବୟସ

ଖସେଇଦେଲା କାନି କେଉଁ ଏକ ନିଭୃତ ଅଣ୍ଟାରୁ

ମାନିଲାନି ଆକଟ

ଦେଇଥିବା ଶବ୍ଦ ଦେଇଥିବା କଥା

ଖାଲି ଯା ଅନିଦ୍ରା କରୁଛି

ରହି ଛାତିରେ ମନରେ

ଯାଉଛି ବିତର୍କ ଯାଉଛି ମନ୍ଥନ

ଲୁଚକାଳି ଖେଳେ ରାତି ଅନ୍ଧାର

ନିରବି ନେଇଛି ସବୁ ହାହୁତାସନ

ମରିଚିକା ପରି ଦେହକୁ କିଳିଛି

ସପନର ଚୋରାବାଲି ତୁଠେ


୭୦୦୮୦୫୪୨୮୨


Rate this content
Log in