STORYMIRROR

Prasanta Kumar Behera

Others

3  

Prasanta Kumar Behera

Others

ଚୋରା ଚଇତି ..........

ଚୋରା ଚଇତି ..........

1 min
426


ଚୋରା ଚଇତି ବହିଲାଣି ଏବେ

ବହିବ ତ ଚଇତାଳୀ

ଫଗୁଣ ଆସିଛି ସେହିକ୍ଷଣି ସଖୀ

ଯେବେ ଚାହିଁଛୁ ନୟନ ଢାଳି l


ବଉଦର ଗଂଧେ ମହକି ଉଠଇ

ମନ ଉପବନ ତରୁ

ମଳୟ ସଂଚାରେ ପଲ୍ଲବି ମୋ ମନ

ରଚିଲାଣି କୁହୁକୁହୁ l


ନୀଳ ଆକ‍ଶରେ ଫଗୁର ଉତ୍ସବ

ପିୟୁଷ ପଡୁଛି ଝରି

ଚୋରା ଚଇତି ବହିଲାଣି ଏବେ

ବହିବ ତ ଚଇତାଳୀ l


ତୋ ଝୀନବସନ ଚନ୍ଦ୍ରାତପ ତଳେ

ଲାବଣ୍ୟ ସୁଷମା ଶୋଭା

ପ୍ରତି ଅଂଗେ ତୋର ବସନ୍ତ ବାରତା

କାନ୍ତି ତୋର ମନଲୋଭା l


ନୀଳ ସପନର ଚନ୍ଦ୍ରିକା ଗୋ ମୋର

ଚନ୍ଦ୍ର ସୁଷମା ଝଳି

ଚୋରା ଚଇତି ବହିଲାଣି ଏବେ

ବହିବ ତ ଚଇତାଳୀ l



Rate this content
Log in