ଚୋର ଚିହ୍ନେ ଚୋର
ଚୋର ଚିହ୍ନେ ଚୋର
1 min
344
ମୋଦି କହିଦେଲେ ଯେ ମୁଁ ଚୌକିଦାର
ରାହୁଲ କହିଲେ ଚୌକିଦାର ଚୋର
ଜନତା କହୁଛି ଚୋର ଚିହ୍ନେ ଚୋର
ଏଥିରେ ମନକୁ ଉଣାଯେ ନ କର ॥
ଘରକୁ ତୁମର ଜଗିଛ କି ନାହିଁ
କହିଦିଅ ଥରଟେ ରାହୁଲ ଗାନ୍ଧୀ
ସେକଥାଟି ମୋଦି କହିଦେଲେ ବୋଲି
ଚୋର ଜନ୍ତାରେ ନିଜେ ହେଲ ଯେ ବନ୍ଦୀ ॥
ଆବାଳ ବୄଦ୍ଧ ବନୀତା ଭାରତରେ
ଅଟନ୍ତି ନିଜେ ନିଜର ଚୌକିଦାର
ମହାନ ଲୋକ କହନ୍ତି ଆମ ଦେଶେ
ସୁରକ୍ଷା କବଚ ଆମେ ହେ ଆମର ॥
ସୈନିକ ନିଜର ସୁଖ ବଳି ଦେଇ
ଜଗେ ଦିନରାତି ସୀମାନ୍ତ ଦେଶର
ଘର ଠାରୁ ଅଫିସ୍ ସର୍ବତ୍ର ଜଗେ
ନୁହଁନ୍ତି କି ସେ ଆମ ଚୌକିଦାର ॥
ଦିପ୍ତୀଲେଖା ମିଶ୍ର
