STORYMIRROR

ତ୍ରିନାଥ ବେହେରା

Others

3  

ତ୍ରିନାଥ ବେହେରା

Others

ଚନ୍ଦ୍ରଯାନ-୨

ଚନ୍ଦ୍ରଯାନ-୨

1 min
212


ହେ! ଅଫେରା ପଥିକ

ତୁମ ସଂଯୋଗ ରେ

ବିଶ୍ବ ହେବ ଚକିତ

ଉଡିବ ତ୍ରିରଙ୍ଗା

ଚନ୍ଦ୍ର ପୃଷ୍ଠରେ

କିର୍ତ୍ତୀଶାଳୀ ହେବ

ଆମ ଭାରତ....

ଥରେ ବଢାଇ ଦିଅ

ତୁମ ଅଦେଖା ହାତ

ଦେଖୁ ଏ ବିଶ୍ବ

ହୃଦୟରେ ଭରୁ

ଖୁସି ଅଜସ୍ର

ହସିବ ଇସ୍ରୋ

ବିଶ୍ବେ ଝଲସିବ

ଭାରତ ବର୍ଷ


ହେ ଅଫେରା ନାୟକ

ମହାଶୂନ୍ୟର

ତୁମେ ଆମ ଯଶ

ଜ୍ଞାନ ଗାରିମାର

ତୁମେ ଥରେ ଦେଲେ

ମିଠା ପରଶ

ଇତିହାସ ରଚିବ

ଆମରି ଇସ୍ରୋ

ମାଇଲ ଖୁଣ୍ଟଟେ

ହୋଇବ ପ୍ରତିଷ୍ଠା

ପାଇଗଲେ ଥରେ

ତୁମ ସୁନେଲି ସ୍ପର୍ଶ


ହେ ମହାବଳୀ ବିକ୍ରମ

ଦେଖାଅ ଦେଖାଅ

ତୁମ ପରାକ୍ରମ

ଚନ୍ଦ୍ର ପୃଷ୍ଠେ ରହି

ଆମରି ଇସ୍ରୋକୁ

ନାନା ତଥ୍ୟମାନ

କର ପ୍ରେରଣ

ଲ୍ୟାଣ୍ଡର ବିକ୍ରମ

ରୋଭର ପ୍ରଜ୍ଞାନ

କର ହେ କିର୍ତ୍ତୀମାନ

ସ୍ଥାପନ....

ତୁମ୍ଭ ଅନ୍ବେଷଣେ

ଆମ୍ଭେ ଧରାଧାମେ

ପ୍ରତୀକ୍ଷାରତ ହେ ଚନ୍ଦ୍ରଯାନ


Rate this content
Log in