STORYMIRROR

Suresh chandra Padhy

Others

3  

Suresh chandra Padhy

Others

ଚନ୍ଦନ ରସିଆ

ଚନ୍ଦନ ରସିଆ

1 min
188


ଚନ୍ଦନ ରସିଆ ମୋର ଚନ୍ଦନ ଲଗାଇବ

ଶ୍ରୀଅଙ୍ଗ ତାର ସୁବାଷିତ ହୋଇବ।


ବୈଶାଖ ମାସ ରେ ତାକୁ ଚନ୍ଦନ ଲଗାଇବି

ଶ୍ରୀ ଅଙ୍ଗେ କାଳିଆର ପୀତ ବସନ ମୁଁ ଦେବି

ମଲ୍ଲୀ ମାଳ ରେ ତାର ଶରଧା ବେଶୀ

ମଲ୍ଲୀ ମାଳ ଦେଲେ ହେବ ସେ ଖୁସି ।


ନନ୍ଦା ଭଦ୍ରା ଦୁଇ ନାବେ ଯାଇ ସେ ବସିବ

ପଞ୍ଚୁ ପାଣ୍ଡଵ ସାଥେ ନରେନ୍ଦ୍ର କୁ ଯିବ ।


ଆଲଟ ଚାମର ଦେଇ ସେବା ମୁଁ କରିବି

ତା ଦୁଇ. ନାବ କୁ ସଜାଇ ମୁଁ ଦେବି

ଖୋଲି ଅଛି ସେ ତ କୈବଲ୍ୟ ପସରା

ଭକତ ପାଇଁ ସେ କରେ ତାର ଯାତରା

ଜଳ କ୍ରୀଡା କରି ସେ ହରସ ହୋଇବ

ସବୁ ଭକତର ମନ ମୋହି ନେବ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍