STORYMIRROR

Biswanath Nayak

Others

3  

Biswanath Nayak

Others

ଚମ୍ପା---------

ଚମ୍ପା---------

1 min
638


ପତ୍ର ଉହାଡରେ କାହିଁ

         ଚମ୍ପା ତୁହି ଫୁଟିଛୁ। 

ଭୁରୁ ଭୁରୁ ସୁଗନ୍ଧରେ

         ମନ ମୋର ତୋଷୁଛୁ। 


ଧୀର ବାତେ ବହି ଆସି

         ତୋର ବାସ- ଝରଣା। 

ଶିହରିତ କରେ ମୋର

          ତନୁ-ମନ-ଅଗଣା। 


ପାଶେ ନାହୁଁ ହେଲେ ମୁହିଁ

          ପାଉଛି ତୋ ପରଶ। 

ପୁଲକିତ କରେ ଚିତ୍ତ

          ତୋର ଦିବ୍ୟ ସୁବାସ। 


ମନ ମୋର ହୋଇଗଲା

          ଫୁଲ ଠାରୁ ହାଲୁକା। 

ପବନେ ଭାସି ବୁଲିଲା

          ପାଇବାକୁ ତୋ ଦେଖା। 


ହଜିଗଲି ତୋ ସୁଗନ୍ଧେ

          ମନ ମୋ ହେଲା ଥିର। 

ସମାଧିରେ ହଜିଯାଏ

           ଯେହ୍ନେ ଜ୍ଞାନୀ ପ୍ରବର। 


ସଂସାରରେ ଥିଲି ହେଲେ

            ସଂସାରରୁ ଅତୀତ। 

ଭକ୍ତିମଦେ ଲୀନ ଭକ୍ତ

            ଭବୁ ଯେହ୍ନେ ମୁକତ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍