STORYMIRROR

Prafulla Chandra Mishra

Others Romance

3  

Prafulla Chandra Mishra

Others Romance

ଚମକି ଉଠଇ ଛାତି

ଚମକି ଉଠଇ ଛାତି

1 min
297


ବାହାରେ ବରଷା ରାତି

ଚମକି ଉଠଇ ଛାତି

ସୈାଦାମିନୀ ନାଚେ ଦେଖ ସାଥି

ବରଷାର ରିମି ଝିମି

ପାଉଁଜି ଶବଦ ଶୁଣି

ସତେ ଚହଲି ଯାଉଛି ଧ୍ୟାନ ଧୃତି ।।

ରଡିଛାଡେ ଘଡଘଡି

ରାତି ତ ଯାଉଛି ଗଡ଼ି

ବର୍ଷା ଗାଉଛି ବିଚ୍ଛେଦ ଗୀତି

ଆଖି ପାଣି ଆଖି ମାରେ

ହୃଦୟରେ ନିଆଁ ଜଳେ

ଏଇ ମନ ତଳେ କାମନାର ତାତି ।।

ଏକାଳେ ଏକା କୁଟୀରେ

କେତେ ଆଶା ଏ ମନରେ

କିଏ ଗାଏ ପ୍ରଣୟର ଗୀତି

ଆଶା ବିଶ୍ଵାସର ବୀଣା

ହୃଦୟ ତନ୍ତ୍ରୀରେ ଅନା

କିଏ ଭରିଦେଇଅଛି ଏତେ ତାତି ।।

ବାଉଳା ହେଲାଣି ମନ

ଆସ ଆସ ଜୀବଧନ

ରସେ ରସୁ ଗୋ ବରଷା ରାତି

ମୋ ଜୀବନର ସାଥି

ଯୁଗ ଯୁଗାନ୍ତର ପ୍ରୀତି

ସତ୍ୟ ଶାଶ୍ଵତ ତୁମେ ମୋ ପ୍ରୀୟବତୀ ।।

କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ମଙ୍ଗଳାଯୋଡି ଖୋର୍ଦ୍ଧା


Rate this content
Log in