ଚଲାପଥ
ଚଲାପଥ
* ଚଲାପଥ*
ଚଲାପଥ ଏ ମୋର ଗାଁ ର
ହିସାବ ରଖିଛି ଏ ପ୍ରତିଟି ପାଦର
କେତେ ପାଦ ଆସିଛି ଗାଁକୁ
କେତେ ପାଦ ଯାଇଛି ଗାଁରୁ
ଧୂଳି ଧଶୁରିତ୍ ଏଇ ଆମ ଗାଁ ଚଲାପଥ
ଏଇ ବାଟ ନିମନ୍ତ୍ରଣ କରିଛି
କେତେ ନୂଆ ବଧୂ କୁ ଆମରି ଗାଁକୁ
ପୁଣି କେତେ ବେଳେ ବିଦାୟ ଦେଇଛି
ଅଶ୍ରୁଳ ନୟନେ କେତେ ଆତ୍ମୀୟ ସ୍ଵଜନଙ୍କୁ
କେବେ କେବେ ଏ ଆତ୍ମହରା ହୋଇଛି
ନୂଆ ଏକ ଶିଶୁର ଆଗମନରେ
ପ୍ରତିଦିନ କଷ୍ଟ ପାଇବି ଝୁମୁଥାଏ
ଗୋରୁ ପଲଙ୍କର୍ ଗୋଇଠି ଟାପୁର ସ୍ପର୍ଶରେ
ପୁଣି କେତେବେଳେ ହଳ ଲଙ୍ଗଳ ର ଶବ୍ଦରେ
କେବେ ଶଗଡ ଗାଡ଼ିର କଟ କଟ ସଙ୍ଗୀତରେ
ନାଚି ନାଚି ଝୁମୁ ଥାଏ ନିଜେ ନୀରବରେ
ସହିଛି ଏଯେ କେତେ ନିଦାଘ
ଭିଯିଛି କେତେ ବର୍ଷାର ମୁଷଳ ଧାରାରେ
ପୁଣି କେବେ ଏକାକୀ ହୋଇଛି
ହାଡ଼ ଭଙ୍ଗା ଶୀତ ଦିନର ସୁନ୍ ସାନ୍
ରେ
ଅବଶ୍ୟ ଖେଳି ଉଠିଛି ପୁଣି
ବସନ୍ତରେ କୋଇଲିର କୁହୁତାନରେ
ପେନ୍ଥା ପେନ୍ଥା ଆମ୍ବ ଚଣାର ବାସ୍ନାରେ
ପଳାଶ ଫୁଲର ଲାଲ୍ ସ୍ପର୍ଶରେ
ଏଇ ବାଟ ଦେଇ କେତେ ଆଶା ହୋଇଛି ପୂରଣ
ପୁଣି କେବେ ଏ କରିଛି କେତେକ ଙ୍କୁ ନିରାଶ
ଆମେ ମାନୁ କି ନ ମାନୁ
ଏ ଚଲାପଥ ଆମ ହସ କାନ୍ଦ ଜୀବନର ଗୋଟେ ଅଂଶ ବିଶେଷ....
ସୁବ୍ରତ କୁମାର ଜେନା
