STORYMIRROR

ବଳରାମ ବାରିକ

Others

5.0  

ବଳରାମ ବାରିକ

Others

ଚକୁଳିଆପଣ୍ଡାର ସ୍ୱଚ୍ଛତାବାର୍ତ୍ତା

ଚକୁଳିଆପଣ୍ଡାର ସ୍ୱଚ୍ଛତାବାର୍ତ୍ତା

1 min
502




ଶୁଣ ଶୁଣ ସୁଧୀ ଜନେ ଦେଇ ମନ ଧ୍ୟାନ

ଶୁଣି ଶୁଣାଇଲେ ପୁଣି ବଢିବ ଯେ ଜ୍ଞାନ ....

ଜୁହାର କରୁଛୁ ତତେ ମା ଗୋ ସମ୍ମଲାଇ

ରୋଗ ଦୁଃଖ ଯେତେ ସବୁ ଯାଉ ଯେ ପଳାଇ

ମାଲୋ ଯାଉ ଯେ ପଳାଇ..


ଦେଖ ହେ ଭାଇନା ଏ ଯେ କି ବେଳ ହେଲା

ଜାତି ଜାତି ରୋଗ ସବୁ ମାଡିଣ ଆସିଲା..

ରୋଗ ବ୍ୟାଧିରେ ପଡି ଲୋକେ ସର ସର

ବଇଦ ପାଖକୁ ଧାଏଁ ହୋଇ ତର ବର..

ଭାଇନା ହେ ହୋଇ ତର ତର


ନିଜ ହାତେ ଗଢୁ ଅଛୁ ରୋଗ ପାଈଁ ଘର

ବାଟରେ ଝୁଣ୍ଟିଲେ ଦୋଷ କଲା ଯେ ପଥର

ଗଡିଆ ପାଣିରେ ଦେଉ ,ଗାଈ ମଇଁଷି ଗାଧୋଇ

ସେ ପାଣି କୁ ପି କରି ରୋଗ ଯାଉ ନେଇ...

ଭାଇନା ହେ ରୋଗ ଯାଉ ନେଇ


ବିଲ ,ହୁଡା ,ବୁଦା ଦେଖି ଶୌଚ କରି ଦେଉ

ଶୌଚାଳୟ ନଯାଇ ତୁ ନାନା ଦୁଃଖ ପାଉ

ଜୀବାଣୁ ,ଭୂତାଣୁ ସବୁ ରୋଗର ବାହକ

ବ୍ୟାପୀ ଥାନ୍ତି ଚାରି ଆଡ଼େ ଧରିଣ ଶାବକ

ମଉସା ହେ ଧରିଣ ଶାବକ...


ଦେଖ...

ଅଳିହା ,ଆବର୍ଜନା କୁ ଏଣେ ତେଣେ ସେ ଫିଙ୍ଗିଲା

ବାହୁନି ବାହୁନି କାନ୍ଦେ ମଶା କାମୁଡ଼ିଲା

ଦେଖ ସେ ରସିକ ଟୋକା ପାନ ଖାଇ ଦେଲା

ପିକ ସବୁ ରାସ୍ତା ଘାଟେ ବୁହାଇଣ ଦେଲା...

ଭାଇନା ସେ କି ପାନ ଖାଇଲା...


ନାତି କୁ କାଖେଇ ଅଜା ଦେଖୁଚି ଜାତରା

କୁରୁ କୁରି ଖାଇ ଫିଙ୍ଗେ ରାସ୍ତରେ କଚରା

ଦେଖ ହେ ଭାଇନା ଏ କି ଯୁଗ ହେଲା

ପ୍ଲାଷ୍ଟିକ, ପାଲିଥିନି ଚୋଉଦିଗେ ଯେ ଉଡିଲା

ନନା ସରମ ଲାଗିଲା...


ବେଳ ଥାଉ ଥାଉ ସର୍ବେ ହୁଅ ସାବଧାନ

ଚକୁଳିଆ ପଣ୍ଡା ଆଜି କରେ ନିବେଦନ

ସ୍ୱଚ୍ଛ ହେଲେ ପରିବେଶ ସୁସ୍ଥ ଥିବେ ଜନେ

ରୋଗ ଆଉ ବେମାରୀ ଯେ ନରହିବା ଚେନେ ...

ଭାଇନା ହେ ଶୁଣି ରଖ କାନେ ..

ସ୍ବଛତାର ଅଭିଯାନ ଚଳାଇବା ଆସ

ହାତେ ହାତ ରଖି ଆମ୍ଭେ କରିବା ପ୍ରୟାସ

ସର୍ବେ କରିବା ପ୍ରୟାସ ....


ବଳରାମ ବାରିକ

ନଟିଲ, ଯାଜପୁର /ଝାରସୁଗୁଡା।


Rate this content
Log in