Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Subas Chandra Rout

Others

3  

Dr Subas Chandra Rout

Others

ଚକ୍ଷୁ

ଚକ୍ଷୁ

1 min
232


ମୁଖ ନିସୃତଃ କବି – ସନ୍ଥ କବୀର ଦାସ 

ଅନୁବାଦ - ଡଃ ସୁବାସ ଚନ୍ଦ୍ର ରାଉତ


ଆଖି ତଳେ ମୋ କାଳିଆ ଦାଗ, ତୁମ ବାଟକୁ ନିରେଖି,

ଜିଭରେ ମୋର ଫୋଟକା ହେଲା, ନାମ ତୁମ ଡାକି ଡାକି ।

ବିରହ କଷ୍ଟେ ବୈରାଗୀ ଆଖି, ଦିଶେ କମଣ୍ଡଳୁ ସମ,

ମାଗୁଛି ତୋର ଦର୍ଶନ ଚକ୍ଷୁ ଖୋଲା ଦିବା ରାତ୍ରୀ ମମ ।

ସବୁ ରାଗରେ ବାଜୁଛି ବାଜା, ବିରହ ସଙ୍ଗୀତ ନିତ୍ୟ,

ଆଉ କେହି ବି ଶୁଣି ପାରେନି, ତୁମର ଇଚ୍ଛା ବ୍ୟତୀତ ।

ମଙ୍ଗଳ ଗୀତ ଆନନ୍ଦ ମନେ, ଗାଇବା ଆସ ସଜନୀ,

ଶୁଭ ପ୍ରଭାତ ସୁସମାଗତ, ବିତିଲା ଗତ ରଜନୀ ।

ସବୁ ସ୍ଥାନରେ ସଦା ପୁଷ୍ପିତ, ପୁଷ୍ପ ବଗିଚାରେ ମୋର,

ସଦା ସର୍ବଦା ମାନସ କରେ, ରକ୍ଷଣାବେକ୍ଷଣ ତାର ।

ନାମ ବର୍ଷାରେ ସଦା ଅମୃତ, ଫଳ ଫଳେ ଚାରିଦିଗେ,

ପାନ କରିବେ ରସ ତାହାର, କୌଣସି ସନ୍ଥ ସୌଭାଗ୍ୟେ ।

କବୀର କହେ ସଦ୍‌ଗୁରୁ ଶବ୍ଦ ତାତ୍ପର୍ଯ୍ୟ କହି ହେବନି,

ମଙ୍ଗଳ ଗୀତ ଆନନ୍ଦ ମନେ, ଗାଇବା ଆସ ସଜନୀ ।


Rate this content
Log in