Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

Others Romance Tragedy

5.0  

ପ୍ରଶାନ୍ତ କୁମାର ବେହେରା

Others Romance Tragedy

ଚକ୍ରବ୍ୟୁହରେ ପ୍ରେମିକା ( ୭ )

ଚକ୍ରବ୍ୟୁହରେ ପ୍ରେମିକା ( ୭ )

1 min
7.1K


(ଶେଷ ଭାଗ)


ସତରେ

ତମ ଠାରୁ

ବହୁତ କିଛି ଶିଖିଲି l

କିପରି ଅବିଶ୍ଵାସର

ତତଲା ଚେଙ୍କ ଦିଆଯାଏ ?

ବାରମ୍ବାର ସ୍ୱାର୍ଥ ପାଇଁ

ଅନ୍ୟକୁ କିପରି

ହତ୍ୟା କରାଯାଏ

ତାକୁ ବି ଅନୁଭବ କଲି ?

ସବୁ ଦୟା ମାୟା ଛାଡି

ଏମିତି କଷ୍ଟ କଣ

କାହାକୁ ଦିଆଯାଏ ?

ଏମିତି କେମିତି ତମେ

ନିଷ୍ଠୁର ହୋଇପାର ?

ଏଭଳି ଏକ ଲୋକ ସହ

ଭେଟ ହୋଇଛି

ଯାହାର ନିର୍ମମତା ହିଁ

କେବଳ ମନେ ରହିବ l

ଦୟା ଲାଗିଲାନି

ଏ ବିଚାରିଟି ଉପରେ ?

ଏ ସବୁ କେଉଁ

ମଣିଷ ପଣିଆଁ କୁହ ତ ?

ଏ କଣ ମୋ ପାଇଁ

କମ୍ ବଡ କଥା ???

ଯେଉଁ ନାରୀ ଆଡ ଆଖିରେ

କାହାକୁ ନଜର ଦିଏନି,

କି ବିଶ୍ୱାସ ବି କରେନି;

ସତରେ ତାକୁ

ଈଶ୍ଵର ଦଣ୍ଡ ଦେଲେ

ତମ ମାଧ୍ୟମରେ l

କେଉଁ ସତ ମଣିଷର

ଅଭିଶାପ ହୋଇଥିବ ନିଶ୍ଚେ l

ହଁ ତମେ ମୋତେ

ଅବଶୋଷରେ ଭରିଦେଲ

ଆଖି ଭିଜେଇ ଦେଲ

ବିଶ୍ଵାସ ବି ମାରିଦେଲ

ସତରେ ଠକିଦେଲ l

ପ୍ରଶାନ୍ତ କୁମାର ବେହେରା

ଅଧ୍ୟାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର l

ଦୂରଭାଷ - ୯୪୩୭୧୩୫୯୧୬


Rate this content
Log in