STORYMIRROR

Dipti lekha Mishra

Others

3  

Dipti lekha Mishra

Others

ଚକାନୟନ -୫

ଚକାନୟନ -୫

1 min
246

ତୋ ଆଖି ଭଳିଆ ଆଖି ନାହିଁ କାହାର

ତୁ ଏକା ଅଟୁ ତୋ ପରି

ଏମିତି ରୂପରେ ପାଉଥା ତୁ ଭଲ

ମୁଁ ମରିବି ତୋତେ ଝୁରି ଝୂରି ॥


ତୋ ବଡଦାଣ୍ତରେ ରହିଥିବି ବସି

ଭିକଥାଳି ପଛେ ଧରି

ତୋ ନାମ କୀର୍ତ୍ତନ ଗାଇ ଗାଇ

ଜୀବନ ଯାଉ ଆର ପାରି ॥


ତୋ ପରି ଠାକୁର ଥାଉ ଥାଉ କିଆଁ

ଯିବି ମୁଁ କେଉଁ ତୀର୍ଥକୁ

ତୁ ମୋର ଆଉ ମୁଁ ତୋର ଥିବି

ଭଲ ପାଉଥିବା ଦୁହିଁଙ୍କୁ ॥


ତୋତେ ଡାକିବାକୁ ବେଳ କି ଲୋଡା

ନିରନ୍ତର ଅଛୁ ମୋ ତୁଣ୍ଡରେ

ତୋତେ ଭୂଲିଯିବା ନୁହଁ ସମ୍ଭବ

ଏଇ ଜନମରେ ମୋର ॥


Rate this content
Log in