ଚକାନୟନ-୪
ଚକାନୟନ-୪
1 min
576
ହେ ଚକାଡୋଳା ହେ ମହାବାହୁ
ତୁମେ ଏମିତି ଗଢା
ହେଲ କେମିତି
କହିବକି ମୋତେ ଥରେ !
ହାତ ନ ଥାଇବି
ଭକତ ହାତରୁ
ନେଉଛ ନଡିଆ
ହାତ ବଢେଇ
ପାଦ ନ ଥାଇ ବି
ଏ ସାରା ସଂସାର
ଚଲାଇଛ ତୁମ
ମହିମା ଯନ୍ତ୍ରେ ॥
ତୁମ ଭଳି ଠାକୁର
ଦେଖିନାହିଁ କେବେ
ଏ ମୋର ଦୁଇ ନୟନ
କେତେ ଅପରମ୍ପାର
ମହିମା ତୁମର
ସଭିଙ୍କୁ କରୁଛ ଭୋଳ ॥
ତୋ ଭଳି ଠାକୁର
ପୂଜୂଛି ଏ ଓଡିଶା
ପୂଜନ୍ତି ସାରା ଜଗତ
ବିପଦ ଆପଦରୁ
କରୁଥାଅ ରକ୍ଷା
ତୁମ ନୀଳଚକ୍ର ବାନା
ପଣତ କରି
ହେ ଚକାନୟନ
ଶୁଣ ମୋ ଗୂହାରୀ ॥
