STORYMIRROR

Dipti lekha Mishra

Others

4  

Dipti lekha Mishra

Others

ଚକାନୟନ‐୩

ଚକାନୟନ‐୩

1 min
411

ତୁମେ ଦେଖିପାର ସବୁ ବୋଲି

ଜଗତକୁ ଜଣାଉଛ

ମୋ ଦୁଃଖ ତୁମ ଆଖିକୁ ଦିଶେନିକି

ଲୁଚି ଛପି ରହୁଛ ?


ହାତ ନାହିଁ କହି ଶବରୀ ଅଇଁଠା

ତୁମେ ଖାଇପାରୁଛ

ଗୋଡ ନାହିଁ କହି ତୁମେ ଠାକୁର

କେତେ ଦୂର ଚାଲୁଛ ॥


ତୁମେ ମୋ ଭରସା

ତୁମେ ମୋର ଆଶା

ତୁମ ବିନା ଲାଗୁନି

କେଉଁଠି ଯେ ସହସା ॥


ନୀଳ କନ୍ଦରରେ ବସି

ବାସୁଛ ଯେ ତୁଳସୀ

ତୁମ ପାଇଁ କରିଛି ଅପେକ୍ଷା

ଦରଶନ ଦିଅ ହେ ଆସି ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍