STORYMIRROR

Dipti lekha Mishra

Others

3  

Dipti lekha Mishra

Others

ଚକାନୟନ -୧୪

ଚକାନୟନ -୧୪

1 min
12K


ହେ ମହାବାହୁ ହେ ଚକାଆଖିଆ

ଅନାଇ ରହିଛ କିଆଁ

ଦୋଷାଦୋଷ କର ଏଥର କ୍ଷମା

ରଥଯାତ୍ରା ମାରିଲାଣି ଡିଆଁ ॥


କୋରନା ଭୂତାଣୁ ରୂପେ କି ଆସିଛ

ପାପୀଙ୍କ ସଂହାର ପାଇଁ

ଜାଣିହେଉନାହିଁ ପ୍ରଭୂ ତୁମ ମାୟା

କହିବକି ଟିକେ ସାଇଁ ॥


ତୁମେ ପରା ଦୟାମୟ ଠାକୁର

ରୋଷ ବା କିଆଁ କର

ପୄୄୣୣୣୣଥିବୀ ପ୍ରସିଦ୍ଧ ରତଯାତ୍ରାକୁ

କରନାହିଁ ଚୁରମାର ॥


କୋରନା ଅବତାର ନ କରୁ ଶ୍ମଶାନ

ଆହେ ଜଗତ ଠାକୁର

ତୁମ ପାଇଁ ପରା ଅଛୁ ସବୁ ଜୀବିତ

କରୁଣା ଟିକିଏ କର ॥


କୋରନା ଭୂତାଣୁ ହେଉ ହେ ଲୀନ

ତୁମ ଚକ୍ର ଦାଢରେ

ଏ ସାରା ବିଶ୍ବର ହୁଅ ହେ ରକ୍ଷକ

ନମୁଁ ତୁମ ଚରଣରେ ॥



Rate this content
Log in