ଚକାନୟନ -୧୨
ଚକାନୟନ -୧୨
1 min
11.8K
କି ଖେଳ ଖେଳୁଛ ଆହେ ମହାପ୍ରଭୂ
ଦେଉଳ ଭିତରେ ବସି
ସାହି ବାସିନ୍ଦାଙ୍କୁ ସହାୟ ହୁଅ ହେ
ନ ହେଲେ ଯିବେ ସେ ଭାସି ॥
ଦୋକାନ ବଜାର କରିଦେଲ ଖୋଲା
ଭାରତ ଥିଲେ ବି ତାଲା
ଆଜିଠାରୁ ସବୁ କୋହଳ ହୋଇଲା
କହିଲେ ସରକାରୀ ବାଲା ॥
ମଦ ଦୋକାନରେ ଲଗାଇଲ ଧାଡି
ତୁମ ମନ୍ଦିରରେ ଦେଇ ତାଲା
କି ଲାଭ କହିଲ ଆହେ ଚକାନୟନ
ନିଜ ପାଇଁ ବଞ୍ଚ ଭଲା ।
