STORYMIRROR

Dr Baman Chandra Dixit

Others

4  

Dr Baman Chandra Dixit

Others

ଚକାଆଖି

ଚକାଆଖି

1 min
356


ଚକା ଚକା ଆଖି ମନ ମୋହୁଛି,

ଚାହୁଁ ଚାହୁଁ ଆଖି ଲାଖି ଯାଉଛି।।


ଚିତା ଚନ୍ଦନେ ଶୋଭିତ ବଦନ,

ଚୁଆ ସୁବାସେ ମହକେ ମୋହନ।।


ଚଞ୍ଚଳ ନୟନ କିମିଆଁ ଜାଣେ,

ଚାହୁଁ ଚାହୁଁ କୋଟି ହୃଦୟ କିଣେ।।


ଚନ୍ଦ୍ରିକା ରାଜିତ ଶିଖୀ ପୁଚ୍ଛିଆ,

ଚନ୍ଦ୍ରଶେଣା ନାରୀ ମନ ରସିଆ।।


ଚଳ ଚଞ୍ଚଳ ପୟରେ ନୁପୁର,

ଚିରି ଦିଏ ହୃଦ ବଇଁଶୀ ସୁର।।


ଚଉଦ ଭୁବନେ ଡଙ୍କା ବାଜୁଛି,

ଚାରିଧାମେ ଯା'ର ବାନା ଉଡ଼ୁଛି।।


ଚାଲ ବାଇ ମନ ପୁରୀକୁ ଯିବା,

ଚଞ୍ଚଳେ ଶରଧା ବାଲୀ ଚୁମିବା।।


ଚାହିଁ ଦେଖୁଥିବା ବଡ଼ ନେତ କୁ,

ଚର୍ମ ଚକ୍ଷୁ ଲବ୍ଧ ହେବ ମୋକ୍ଷକୁ।।


ଚିତ୍ତ ଚିନ୍ତ ନିତ୍ୟ ଚିନ୍ତାମଣୀକୁ

ଚତୁର୍ବର୍ଗ ଫଳ ପ୍ରଦ ଖଣିକୁ।।


ଚକ୍ର ଧାରୀ ଧର ତୋ ସୁଦର୍ଶନ ,

ଚାଳଆ ଚଞ୍ଚଳ ମଧୁସୁଦାନ।।


ଚଞ୍ଚଳେ ଅଞ୍ଚଳୁ ଦୁରିତ ଯାଉ,

ଚାରି ଠାକୁରଙ୍କ ଆଶିଷ ଥାଉ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍