STORYMIRROR

Alaka Dash

Others

3  

Alaka Dash

Others

ଚକା ଆଖି

ଚକା ଆଖି

1 min
217


ସେ ଚକା ଆଖିରେ ଯେବେ ଥାପିଲି 

ଏଇ ପାପ ଆଖି, 

ଶୁଭ୍ର ସକାଳର ସଦ୍ୟ ଶିଶିର ସ୍ନାତା 

ମୋ କରମେ ମୋ ମରମେ 

ପାବନୀର ନୀର ଧାର 

ଯାଇ ଥିଲା ମାଖି, 

ସେ ଆଖିର ନୀଳ ଗହନ ଅଞ୍ଚଳେ, 

ଆକାଶରେ ନୀଳ ରାଶି ଯାଇ ଅଛି ହଜି 

ସେ ଆଖିର କରୁଣାର ଆର୍ଦ୍ରତା 

ସମୁଦ୍ର ତା ଗଭୀରତା ନିତି ମାପୁଅଛି, 

ସେ ଆଖିର ପଲକରେ 

କୋଟି ସ୍ୱପ୍ନ ର ଅଧିରତା 

ଚିନ୍ତା ଚେତନାର ଚୈତନ୍ୟ 

ସ୍ଥାଵର ଜଙ୍ଗମ ଲତା କୁଂଜରେ 

ନିତ୍ୟ ନୂତନ, ଦିବସ ଶର୍ବରୀ 

ଖରା ବରଷା ର ଖେଳ 

ଦୁଃଖ ସୁଖ ନିତି ଖେଳେ 

ଜୀବନ ମଞ୍ଚରେ 

ସେ ଆଖିର ଶୁଭ୍ରତାକୁ 

ମାଗେ ଚାନ୍ଦ ନିତି 

ସେ ଆଖିର ଟିକିଏ ଇଶାରାରେ 

ପଙ୍ଗୁ ଲଘି ପାରେ ଗିରି, 

ଅନ୍ଧ ପାଏ ଚକ୍ଷୁ ଦାନ, 

ସେ ଆଖିରେ ଥରେ 

ମିଶାଇ ଦେଲେ ଆଖି 

ଜୀବନର ସକଳ କ୍ଲୀଷ୍ଟ 

ହୁଏ ସହଜ ସୁନ୍ଦର 

କେହି କେବେ ହୁଏନି ଦିଗହରା, 

ସେ ଆଖିକୁ ଆଦରିଲେ ପ୍ରାଣେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍