STORYMIRROR

Anirudha Kund

Others

3  

Anirudha Kund

Others

ଚିତଉ ଉଆଁସ

ଚିତଉ ଉଆଁସ

1 min
462

ଚିତଉ ଉଆଁସ

  

ଅନିରୁଦ୍ଧ କୁଣ୍ତ

*******************************

 ଧରଣୀ ଗଭାରେ   କାଶତଣ୍ତି ଫୁଲ 

     ଦେହେ ତାର ସବୁଜ ଶାଢୀ

ଶ୍ରାବଣ ମାସର     ଚିତଉ ଉଆଁସ 

     ଚିତଉ ତାକୁ ଦିଅ ବାଢି ।


କୃଷକ ବାପୁଡ଼ା   ହେଲାଣି ଆତୁର

    କରିବ ମାଟି ମା ପୁଜନ

ଅାଶିଷେ ତାହାର  ସୁନାର ଫସଲେ

    ହରି ନବ ସବୁରି ମନ ।


 ଅରୁଆ ଚାଉଳ ନଢିଆର ଆଣ

    କାଠ ଚୁଲି ମାଟିପଲମ

ଧୋବ ଫରଫର ଚିତଉ ପିଠାଟା

   ଲାଗଇ ଯେ ଭାରି ନରମ ।


ଓଡିଆ ଜାତିର   କହେ ଇତିହାସ

 ଜୀବେ ଦୟା ତାର ବିଶ୍ବାସ

ଚିତଉ ପିଠାଟା  ଗେଣ୍ତାକୁ ଖୁଆଇ

   ଆନଦେ ମାରିବ ନିଶ୍ବାସ ।


ସ୍ନାନ ପୂର୍ଣ୍ଣମୀକୁ  ବାହୁଡା ଯାତ ବି

   କେବେ ଠାରୁ ତ ଗଲାଣି

ଅଜିର ଦିବସେ ତିନି ଠାକୁର ମୋ

   ଚିତାଲାଗି ହୋଇବେ ପୁଣି ।


ଦଇତା ପତି ଯେ  ଗୁପତ ସେବାକୁ

   ତାହାର ଅଣ୍ଟା ଭିଡିଲାଣି

ସୋଲର ଚିତାକୁ   ଲଲାଟୁ ଓଲାଗି

   ସଜାଇବ ମଉଡମଣି ।


ମାଣିକର ଲାଲ ଚିତାଲାଗି ହେବେ

  ଫୁଲେଇ ସୁଭଦ୍ରା ଭଉଣୀ

ଜଗାର ଲଲାଟେ ଧଳାହିରା ଚିତା

   ବଳିଆ ନିଳ ନୀଳା ପୁଣି ।


ସର୍ବପାପ କ୍ଷୟ  ହୋଇବ ଲୋ ଆଜି

    କରିଲେ ଜଗା ଦରଶନ

କହୁ ନାହିଁ ମୁହିଁ     ନିଜ ମନୁ କିଛି

    କହେ ଏହା ପଦ୍ମ ପୁରାଣ ।


இந்த உள்ளடக்கத்தை மதிப்பிடவும்
உள்நுழை