ଚିଠିକୁ ଅପେକ୍ଷା କେବଳ
ଚିଠିକୁ ଅପେକ୍ଷା କେବଳ
ଚିଠିର ଭିତରେ ତୁମ ପାଖରୁ ଯେମିତି
ମନ କଥା କହିବାକୁ
ବହୁତ ଦୂରରୁ ଆସିଛି
ସବୁ କିଛି ପୂର୍ବ କଥା ପାଶୋରି କି ହୁଏ ?
ବୁଡ଼ାଇବାକୁ ଚାହିଁଲେ ବୁଡ଼େନା ସେ
ମେଘାଚ୍ଛନ ଆକାଶ ଛାତିରେ |
ସ୍ମୃତି ସବୁ ଦେହ ସାରା
ବୋଳି ହୋଇ ରହିଯାଏ
ଅନୁଭବର ଚାଦର ତଳେ
ଜାକିଜୁକି ହୋଇ ବସି ପଢିବାକୁ
ଅତି ଏକଲାରେ |
ତମ କଥା ଲେଖା ଥିବା ଚିଠି ମୋ ପାଇଁ
ନିଃସଙ୍ଗତାର ସ୍ୱର ଥୁଣ୍ଟା ଗଛଟାରେ
ଭଙ୍ଗା ମନ ଲହଡି ଭାଙ୍ଗେ ଇଚ୍ଛା /ଅନିଚ୍ଛାରେ |
ସକାଳର କୁହୁଡି ଘେରା ସଦୃଶ
ଲେଉଟାଣି ବେଳରେ
ତୁମର ଚିଠିକୁ କେବଳ ଅପେକ୍ଷାରେ |
-----------------------------------
ଗଜେନ୍ଦ୍ରପୁର, କଳାଶ୍ରୀ ଗୋପାଳପୁର
ଯାଜପୁର - 754292
ମୋବାଇଲ: 9938485979
ଇମେଲ: aksahoo365@gmail.com