ଚିଠି
ଚିଠି
ଠିକ୍ ସମିଆଁ ଥି କାଗଜ୍ ନାଇଁ ମିଲ୍'ଲା
ପତର୍ ଥି ଚିଠି ଲେଖିଛେ,
ହର୍'ବର୍ତର୍'ବର୍ ଗେରେଇ କରି
ଆଇ ଲବ ୟୁ କହୁଛେ l
କହୁଛେ ଯେତେ ମୋର୍ ମନର୍ କଥା
ଦେଖ୍'ଲା ଦିନୁ ତମ୍'କେ,
ଆଖିଥି ତମେ ପେରେମ୍ ସର୍ ମାରି
ଢୁକି ଗଲ ହୁରୁଦ୍'କେ ।
ହୁରୁଦ୍'କେ ମୋର୍ ଦୁଲ୍'କେଇ ଦେଲା
ତମର୍ ଚାଖି ଚାହାନୀ,
ଏନ୍ତା ଢଙ୍ଗେ ସଜେଇ ହେଇଥିଲ ଯେ
ମନ୍' ନେଇଗଲ ଘିନି ।
ଘିନି ନିଅ ସବୁ ଦିନ୍'କର୍ ଲାଗି
ହେଇ ତମେ ଦୁକାନି,
କଳା ଟିକେ ବାଗିର୍ ଚେହେରା ଅଛେ
ନାଇଁ ଦେବ ନ ବାଉନି ।
ବାଉନି ଦେଲେ କାଏଁ କରି ପାର୍'ମି
ନିଜେ ପସ୍'ତେଇ ହେମି,
ଅମିରି ଗଛେ ଉଚ୍'କି ହେଇକରି
ଜୀବନ୍ ହାରି ଦେମି ।
ଦେମି ତମ୍'କେ ଯାହା ମାଗ୍'ବା ମତେ
କିଛି ଉନା ନାଇଁ କରେ,
ଉଲେ,ଦୁଲେ ରଖିଥିମି ସବୁଦିନ
ପଡିଥିଲେ ଭି ଜରେ ।
ଜର୍ ଆନୁଥିଲେ ନିଜେ ରାନ୍ଧିକରି
ଖୁରି ଗିନା ମାଜ୍'ମି ଯେତେ,
ଭଲ୍ ପାଉଛ କି ନାଇଁ ଯେ ଚିଠିର୍ ଉତ୍ତର
ଫେରାବ ଜଲ୍'ଦି ମତେ ।
ମତେ କାଗଜ୍ ଥି ଲେଖି ଚିଠି ଦେବ
ତମର୍ ମନର୍ କଥାକେ,
ଦୁଇ,ତିନ୍'ଦିନ୍ ସମିଆଁ ପଛେ ଲାଗୁ
ଟାକି ଥିମି ତମର୍ ଜବାବ୍'କେ ।
