STORYMIRROR

Prasanna Kumar Das

Others

3  

Prasanna Kumar Das

Others

ଚିଠି

ଚିଠି

1 min
240


ରାଧାରାଣୀ ଗୋ....

ଲେଖ ଲେଖ ଚିଠି ଗୋପୀନାଥକୁ...

କି’ଗଲ ମଥୁରାପୁରୀ      ହଜାଇ ଗୋପର ଶିରୀ

ବିତେନା ଦିବା ଶର୍ବରୀ    ତୋ ମୋହନ ରୂପ ଝୁରି

ମନୁ ପାଶୋରି ଦେଲକି’ ଆମ୍ଭକୁ .... ରାଧାରାଣୀ ଗୋ...

ଲେଖ ଲେଖ ଚିଠି ଗୋପୀନାଥକୁ.....l

ଝୁରୁଛି ଯମୁନା କୁଳ         ଝୁରଇ କଦମ୍ବ ମୂଳ

ବାତୁଳି ହେଲେଣି ଗୋପୀ   ଅନାଥ ହେଲା ଗୋକୁଳ

କାନ ଡେରି ଡେରି ବଂଶୀ ସ୍ୱନକୁ ....ରାଧା ରାଣୀଗୋ....

ଲେଖ ଲେଖ ଚିଠି ଗୋପୀନାଥକୁ....l

କିଏ ମଧୁପୁରୀ ନାରୀ     କରିଲା କି ମନ ଚୋରୀ

ମୋହନ ମୂରତୀ ଦେଖି     କିଏବା’ କଲା କାଉଁରି

ବଶକଲା କେ’ରସିକ ରାସକୁ ....... ରାଧା ରାଣୀ ଗୋ...

ଲେଖ ଲେଖ ଚିଠି ଗୋପୀନାଥକୁ.....l

ନୀଳକମଳ ବରନ        ଘନ କୁନ୍ତଳ ଶୋଭନ 

କୋଟି କନ୍ଦର୍ପ ସୁନ୍ଦର       ତିନି ଭୂବନ ମୋହନ

ତା’ବିନୁ ଧରିବା କେହ୍ନେ ପ୍ରାଣକୁ...... ରାଧାରାଣୀ ଗୋ....

ଲେଖ ଲେଖ ଚିଠି ଗୋପୀନାଥକୁ.....l

ହେ ବ୍ରଜରାଜ କିଶୋର      କିଆଁ କରୁଛ ଉଛୁର

ହୁଅ ନା’ଆଉ ଉଝଟ      ଫେରି ଆସ ନନ୍ଦ ଚାଟ

ଅନାଇ ବସିଛୁ ତୁମ ବାଟକୁ  .......ରାଧା ରାଣୀ ଗୋ....

ଲେଖ ଲେଖ ଚିଠି ଗୋପୀନାଥକୁ.....l

          *******


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍