STORYMIRROR

Lopamudra Parida

Others

3  

Lopamudra Parida

Others

ଚିଠି

ଚିଠି

1 min
188


ତୁମ ପାଇଁ ପୃଷ୍ଠାଟିଏ, ବାକ୍ୟ, ପରିଚ୍ଛେଦ,ବହି କି ଶବ୍ଦଟିଏ ଲେଖିବା ପାଇଁ ଘଣ୍ଟା ଘଣ୍ଟା ଲେଖନୀ, କଲମ,ଦୁଆତ ଧରି ତାରା, ଜହ୍ନ, ଘାସ, କାକର ସଭିଙ୍କୁ ପଚାରି ପଚାରି ଅକ୍ଷରଟିଏ ବି ପାଇଲିନି।

ଭାବିଲି ଲେଖିବା ଛାଡି କହିବା ଶିଖିବି ।।

ଏଥର ତୁମ ପାଇଁ ଭାବ,ଭାବାର୍ଥ, ଭାଷାଟିଏ

ଅବ୍ୟକ୍ତ ଅବା ପରିବ୍ୟାପ୍ତ 

ଶବ୍ଦ, ଭାଷା, କି ଭାବଟିଏ

ଅଧରର ବନ୍ଧନ ଡେଇଁ ଆସିଲାନି

ବିସ୍ମିତ ହେଲି କାହିଁ କାହିଁ ବୋଲି ।।

ଭାବିଲି ଲେଖିବା, କହିବା କିଛି ତ ପାରିଲିନି 

ହଠାତ୍ ତୁମେ ସାମ୍ନାରେ ଉଭା ହେଲ

ଆଖିରେ ତୁମରି କି ଆକର୍ଷଣ ଥିଲା କେଜାଣି 

ତୁମେ ମୋ ପାଇଁ କହିବା, ଲେଖିବା ପାଇଁ ସବୁ 

ଉପାଦାନ ଏକାଠି କରିଲ ।।

ମୋ ହାତ ଧରି 

ମୋ ଭିତରର ସବୁ କୁ ତୁମେ ଆରେଇ ନେଲ

ଆଉ "ମୁଁ "ମୁଁ ନଥିଲି 

କହିବା, ଲେଖିବାର ଆବଶ୍ୟକତା ହିଁ ନଥିଲା

ଚୁପ୍ ରହିବାରେ,

ସମର୍ପିତ ହେବାରେ 

ତ୍ୟାଗରେ 

ସ୍ଵର୍ଗୀୟ ଆଭାରେ 

,ଆନନ୍ଦର ଆଲୋଡନରେ 

ଦିବ୍ୟତାର ଆଲିଙ୍ଗନରେ 

ତୁମେ ଯେବେ ମୋତେ ଆପଣେଇ ନେଲ

ଗୁରୁ ମା,ବୋଉ,ବୋହୁ, ଝିଅ, ମା,ମମତା,ଭଉଣୀ,ଭାଉଜ

ଶାଶୁ,ସାଙ୍ଗ, ନଣନ୍ଦ, ସଙ୍ଗାତ,ବଉଳ, ମକର, ଅବଢା, ତୁଳସୀ 

ଆହୁରି ଅସରନ୍ତି କେତେ ନାଁର କେତେ କଣ

ସବୁଠାରୁ ମୁଁ ଆଉ ଶବ୍ଦ କି ଭାବ କିଛି ଖୋଜିଲିନି 

ତୁମେ ଅଛ,

ତୁମେ ଥିବ,

ତୁମେ ହିଁ ଥିଲ 

ଅନୁଭବରେ କେବଳ ଅନୁଭବରେ ।

ତୁମେ ହିଁ ନାରୀ



Rate this content
Log in