STORYMIRROR

Sneha Mishra

Others

4  

Sneha Mishra

Others

ଚିଠି

ଚିଠି

1 min
281


ଖଳନାୟକ ସାଜିଲି ମୁଁ ରୋମିଓ ଜୁଲିଏଟଙ୍କ

ଭୁଲ୍ ବୁଝାମଣା ପାଇଁ |

ଆତ୍ମତ୍ୟାଗ ବରିନେଲେ ବିରହରେ

ସନ୍ଦେଶ ନପାଇ ||୧||


ସ୍ଵପ୍ନର ସନ୍ଦେଶ ଦିଏ ମୁହିଁ

ମୁଁ ପ୍ରେମ ବାହକ |

ମାଦକତା ଭରିଦିଏ ମନମଧ୍ୟେ

ମୁଁ ପ୍ରେମର ମହକ ||୨||


ଦୂତ ହସ୍ତେ ଯାଇ ହେଲି

ମୁଁ ଦୂତବାହକ |

ଇତିହାସ ହସେ ଆଜି ଦେଖି ମୋର

କୂଟନୀତିର ସ୍ଵରୂପ ||୩||


ଚିଠି ! ଚିଠି ! ଡାକେ ଯେବେ

ସେ ପତ୍ରବାହକ |

କିଏ ଖୋଜେ ମଧୁବାସ୍ନା କିଏ ଆଉ

ଆଶା-ତୃଷ୍ଣାର କାରକ ||୪||


ଅଭିନୟ ସରିଗଲା ନିରୋଳାରେ ବସି ଆଜି

କାନ୍ଦୁଚି ମୁଁ ଚିଠି |

ଫେସବୁକ୍, ହ୍ଵାଟସପ୍ ଶତୃ ମୋର ତାଙ୍କ ପାଇଁ

ସବୁ ଦେଖେଇଲେ ପିଠି ||୫||


ସାଇତି ରଖିଚି କେତେ

ମୋ ପୁରୁଣା ସ୍ମୃତି |

ସମାଧିସ୍ଥ ଅଛି କେତେ

ଗୋପନୀୟ ପ୍ରୀତି ||୬||



Rate this content
Log in