STORYMIRROR

Sneha Mishra

Others

4  

Sneha Mishra

Others

ଚିଠି

ଚିଠି

1 min
219

   ଖଳନାୟକ ସାଜିଲି ମୁଁ ରୋମିଓ ଜୁଲିଏଟଙ୍କ

           ଭୁଲ ବୁଝାମଣା ପାଇଁ |

   ଆତ୍ମତ୍ୟାଗ ବରିନେଲେ ବିରହରେ

         ସନ୍ଦେଶ ନପାଇ ||୧||


   ସ୍ଵପ୍ନର ସନ୍ଦେଶ ଦିଏ ମୁହିଁ

        ମୁଁ ପ୍ରେମ ବାହକ |

   ମାଦକତା ଭରିଦିଏ ମନମଧ୍ୟେ

         ମୁଁ ପ୍ରେମର ମହକ ||୨||


    ଦୂତ ହସ୍ତେ ଯାଇ ହେଲି

            ମୁଁ ଦୂତବାହକ |

    ଇତିହାସ ହସେ ଆଜି ଦେଖି ମୋର

          କୂଟନୀତିର ସ୍ଵରୂପ ||୩||


    ଚିଠି ! ଚିଠି ! ଡାକେ ଯେବେ

         ସେ ପତ୍ରବାହକ |

    କିଏ ଖୋଜେ ମଧୁବାସ୍ନା କିଏ ଆଉ

       ଆଶା-ତୃଷ୍ଣାର କାରକ ||୪||

   

    ଅଭିନୟ ସରିଗଲା ନିରୋଳାରେ ବସି ଆଜି

        କାନ୍ଦୁଚି ମୁଁ ଚିଠି |

    ଫେସବୁକ ହ୍ଵାଟସଆପ ଶତୃ ମୋର ତାଙ୍କ ପାଇଁ

      ସବୁ ଦେଖେଇଲେ ପିଠି ||୫||


    ସାଇତି ରଖିଚି କେତେ

        ମୋ ପୁରୁଣା ସ୍ମୃତି |

   ସମାଧିସ୍ଥ ଅଛି କେତେ

        ଗୋପନୀୟ ପ୍ରୀତି ||୬||


Rate this content
Log in