STORYMIRROR

Shiba Charan Mahapatra

Others

3  

Shiba Charan Mahapatra

Others

ଚିତ୍ତ ଚୋରଣୀ ଚନ୍ଦ୍ରଭାଗା

ଚିତ୍ତ ଚୋରଣୀ ଚନ୍ଦ୍ରଭାଗା

1 min
349



ତୁମେ...
ଲାସ୍ୟମୟୀ ହାସ୍ୟ ବଦନୀ
ବେଦନା ବିକ୍ଷିପ୍ତ ବିକଳ୍ପ ପ୍ରାୟେ
ଲୀଳାକମଳ ନନ୍ଦୀନି ଅବା
ରଙ୍ଗ ମହଲ ନର୍ତ୍ତକୀ ଟିଏ...

ଶୂନ୍ୟ ଚିନ୍ତନ କି ଉପମା ଦେବ
ଅପୂର୍ବ ସୌରଭ ପ୍ରକୃତି ତୁମେ
ସୌନ୍ଦର୍ଯ୍ୟ ଭଣ୍ଡାର ତୁମ ମୂଖ ଦେଶ
ପ୍ରାରମ୍ଭ ପଲକ ଏ ଧରା ଧାମେ...

ବିଛେଇ ଦେଇଛ ତୁମ ଓଠ ହସ
ମହୁଲି ପରଶ ସେ ବିକିରଣେ
ଆଦ୍ୟ ଯେଶନ ଅନ୍ତହୀନ ପାଇଁ
ତୋ ସୃଷ୍ଟି ନିଃସ୍ଵାର୍ଥ ବିନା କାରଣେ...

ପହିଲି ପୁଲକ ଫଗୁଣ ର ତୁମେ
କୃଷ୍ଣଚୂଡା ର ଲୋହିତ ରଙ୍ଗ
ଧୂଆଁଳିଆ ବେଳ ମଧୂମିଳନ ରେ
ଦିଗ୍‌ବଳୟ ରଟେ ଅତୁଟ ସଙ୍ଗ...

ଆକାଶ ପୃଥିବୀ ମିଳନ ର ସାକ୍ଷୀ
ତୁମେ ଅପରୂପ ବିଶ୍ଵ ସୁନ୍ଦରୀ
ପ୍ରେମ ପ୍ରତିତି ର ପୂଜାରିଣୀ ବୋଲି
ପାଦ ଛୁଇଁ ଯାଏ ସ୍ନେହ ଲହରୀ...

ନିରବତା ପ୍ରାଣେ ଗୁଞ୍ଜରିତ କର
ମଧୂର ମୂର୍ଛନା ମନ୍ତ୍ର ଉଚାରି
ଅତୁଳନୀୟ ତୋ କମନୀୟ କାନ୍ତି
ଟାଣି ଧରି ରଖେ ଚିତ୍ତ ସବୁରି...

ଅତୀତ ର କୀର୍ତ୍ତି ଅପାଶୋରା ସ୍ମୃତି
ତୋ ଛାତି ପଲଙ୍କେ ହୋଇଛି ସଜା
ମୂଖଶାଳା ତୁମେ ଓଡିଆ ସଂସ୍କୃତି ର
ତରଙ୍ଗାୟିତ ତୁମ ବୀଜୟ ଧ୍ୱଜା...

କେତେ ମିଠା ଲୁହ ହସରେ ବି କୋହ
ତୋ କୋଳେ ଖେଳନ୍ତି ବାଲିରେ ଖେଳ
ବିରହ ବେଦନା ଧରମା ବୀର ର
ପୋଛିଦିଏ ନିତି ଦରିଆ କୋଳ...

ବାରଶ ବଢେଇ ନିହାଣ ଶବଦ
ଗୁଞ୍ଜରିତ ହୁଏ ପ୍ରତି ସଞ୍ଜ ରେ
ଝାଉଁ ବଣ ଗୁନ୍ଥେ କରୁଣ ରାଗିଣୀ
ବିଶୁ ମହାରଣା ଛାତି ଭିତରେ...

ଜହ୍ନ ବି ଋଷିଛି ଜଳାଞ୍ଜଳି ଦେଇ
ଜୋଛନା ପିରତି ତୋ ଅଙ୍ଗେ ଢାଳି
ଭୁଲିବୁନି ବୋଲି ତା ବଳିଦାନ କୁ
ତୋ ନାମେ ତା ନାମ ବାନ୍ଧିଛୁ ମେଳି...

ବିଲୁପ୍ତ ହେଉଛି ଅତୀତ ଟା ସତ
ତୁମେ ସ୍ୱାକ୍ଷର ସେ ଚାରୁକଳା ର
ଧୀର ଗମ୍ଭୀର ଦର୍ଶିକା ପ୍ରାୟ
ଐତିହ୍ୟମୟ ବୀର ଭୂମି ର ....





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍