STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ଚିତ୍ତ ବିନୋଦିଆ

ଚିତ୍ତ ବିନୋଦିଆ

1 min
14.1K



• କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

• ରାଗ—ବିହାଗ

• ତାଳ—ଖେମଟା

• ---------- --------------------

• ଚିତ୍ତ ବିନୋଦିଆ କଳା ଠାକୁର

• ନିତି ରାତି ବଡ଼ସିଂହାର ବେଶରେ

• କଞ୍ଜ ବଦନ ସୁନ୍ଦର , ଚିତ୍ତ ବିନୋଦିଆ…।।

• ଦେବଦାସୀ ନାଚ ଆଲଟ ଚାମର

• ରତନ ବେଦିରେ ଜଳଇ ଜାଗର

• ଗୀତ ଗୋବିନ୍ଦ ନୃତ୍ୟ,ତାଳ ଛନ୍ଦ

• ଉଛୁଳେ ଶୀରିମନ୍ଦିର , ଚିତ୍ତ ବିନୋଦିଆ…।।

• ଗଜଦନ୍ତ ରତ୍ନ ପଲଙ୍କ ଉପରେ

• ତୁଳିତଳ୍ପ ପାଟ ଶେଜ ସୁପାତିରେ

• ନିଦ ଯାଇଥାନ୍ତି ମୋ ଅଖିଳ ପତି

• ପ୍ରଭୁ ବ୍ରହ୍ମାଣ୍ଡ ଠାକୁର , ଚିତ୍ତ ବିନୋଦିଆ…।।

• ଅହଂକାର ବଳେ ଭଣ୍ଡ ଭକ୍ତ ଦଳେ

• ବୋଲାନ୍ତି ଆତ୍ମ ଘୋଷିତ ଈଶ୍ବର

• ତୁମ ନୀତି କାନ୍ତି ପ୍ରଘଟ କରନ୍ତି (ତୁମକୁ)

• ଭାବିଲେ କାଠ ପଥର , ଚିତ୍ତ ବିନୋଦିଆ…।।

• ସୁଦର୍ଶନ ତୁମ ହସ୍ତେ ବିଦ୍ୟମାନ

• ଶାରଙ୍ଗ ଧନୁ ରେ ନାହିଁ କିବା ବାଣ

• କାହିଁକି ସହୁଛ ଏ ପାପ ବେଭାର

• ପାପିଙ୍କୁ ସଂହାର କର , ଚିତ୍ତ ବିନୋଦିଆ…।।

• କାହିଁକି ସହୁଛ ଏ ଅମାପ ପାପ

• ପ୍ରଫୁଲ୍ଲ ମନରେ ‌ପ୍ରଶ୍ନ ଅନେକ

• ପତିତପାବନ କରି ସେ ପାବନ

• ବାନା ଉଡୁ ହେ ତୁମର , ଚିତ୍ତ ବିନୋଦିଆ…।।



Rate this content
Log in