STORYMIRROR

pratap nayak

Others

2  

pratap nayak

Others

ଚିତ୍ରପଟ

ଚିତ୍ରପଟ

1 min
13.4K


ପ୍ରତାପ ନାୟକ

୭୦୦୮୦୫୪୨୮୨


ଅନନ୍ତ ନିଳୀମା ଚୋରେଇ ନେଇଛି

ତୁମ କାନ୍ତି ଯଉବନ.....

ନିଇତି ସପନେ ଆସୁଥିଲ ଖାଲି

ମନେ ମନେ ଫୁଲି ଉଠୁଥିଲ ବୋଲି

ହେଲ ଏତେ ହୀନିମାନ....


ଜୀବନ ସଉଦା ସରିଛି ମୋହର

ଅଣ୍ଟାରେ ନାହିଁ ମୋ କଉଡି.....

ଆଶା ସବାରୀରେ ବସେଇବା ଇଚ୍ଛା

ଫୁଲର କୁଞ୍ଜରେ ଜଡେଇବା ଇଚ୍ଛା

ପାରୁ ନାହିଁ ମୁଁ ଯେ ଦଉଡି.....


ତନୁମନ ତୁମ ଖୀଣ ହୋଇଲାଣି

ବାରଙ୍ଗନା ବେଶ ହୁଅନି.....

ବୟସ ଚପଳା ଥାଉ ମୋ ହୃଦରେ

ଶୀରାଳ ମୁହଁ ମୋ ନଦେଖୁ ମୋହରେ

ଅାନମନା ଆଉ କରନି.....


Rate this content
Log in