ଚିତ୍ରକର
ଚିତ୍ରକର
1 min
173
ତୁମେ ଚିତ୍ରକର ଏ ସାରା ବିଶ୍ବ ର
ତୂଳୀ କୁ କୋଟି ପ୍ରଣାମ
ଲେଖନୀ ମୁନ ରେ ସଜାଡି ଦେଇଛ
ଏ ସୃଷ୍ଟି ଟା ଦଣ୍ଡାୟମାନ।।।।
ତୁମ ଅଙ୍କା ଧାରେ ଛୋଟିଆ ବିନ୍ଦୁ ମୁଁ
ଗୁଣ୍ଡୁଚି ଠାରୁ ବି ହୀନ
ବେଲଜ୍ୟା ପଣ ରେ ନିଜ ଚିତ୍ର ଆଙ୍କେ
ଦେଖାଇ ବାକୁ ମହାନ୍।।।
ତୁମରି ଦାନ ର ସୁନ୍ଦର ସୃଷ୍ଟି କୁ
ମୁହିଁ ବର୍ଣ୍ଣି ଚାଲିଅଛି
ବେଲଜ୍ୟା ପଣ ରେ କବି ବୋଲାଉଛି
କେତେ କବିତା ଲେଖୁଛି।।
ଏ ଜ୍ଞାନ ତୁମର ତୁମେ ଜ୍ଞାନ ଦାତା
ଦର୍ପ ଟି କେବଳ ମୋର
ତୁମ ବିନା ସବୁ ନିଶ୍ୱ ଏ ସଂସାରେ
ମିଛ ସମ୍ମାନ ଟି ମୋର।।।
ତୁମରି ଦାନ ରେ ବସା ଟି ବାନ୍ଧିଚି
ତୁମ ଦାନେ ମୁଠେ ଖାଦ୍ୟ
ଏ ନିଃଶ୍ୱାସ ମଧ୍ୟ ତୁମରି ଦାନ ରେ
ତୁମେ ହିଁ ସବୁରି ଆଦ୍ୟ
