STORYMIRROR

Sasmita Choudhury

Others

3  

Sasmita Choudhury

Others

ଚିତ୍ରଗୀତି : ଶୀତ ସକାଳର

ଚିତ୍ରଗୀତି : ଶୀତ ସକାଳର

1 min
389


କୁହୁଡ଼ି ଓଢଣୀ 

ଫାଙ୍କରୁ ସୂର୍ଯ୍ୟ, 

ନୂଆ ବୋହୂ ମଥା.. 

ଅହିଅ ସିନ୍ଦୂର ଭଳି, 

ବୃକ୍ଷ ରାଜି ବୁଣି

ଶିଶିର ମୁକ୍ତା

ଶୀତଳ-ସମୀରେ

ଉଲ୍ଲସି ଉଠନ୍ତି ଝଳି। 


ସକାଳର ସୁନା

ସୂର୍ଯ୍ୟ କିରଣ 

ଖୋଲା ହସ, ମିଠା - 

ଆଈ କାହାଣୀର.. 

ସୁନା ଗୋରୀ ଆଖି ଠାର, 

ମଥା ନୁଆଁ ଧାନ - 

କେଣ୍ଡା ବାସନାରେ

ଲକ୍ଷ୍ମୀ ସାଆନ୍ତାଣୀ 

ଓହ୍ଲାଇ ଆସନ୍ତି 

ସରଗୁ ମରତ ପୁର। 


ଶୀତ ସକାଳରେ

ଅମାନିଆ ମନ

ଶେଯର ଉଷୁମ 

ଆଶ୍ଲେଷ ଛାଡି

ଇସ୍କୁଲ ଯିବା ନଚାହେଁ, 

ଉଷୁମ ଚା'ର 

ପିଆଲାର ମଜା, 

ଶିହରଣ ଖେଳେ-

ଶୀତ ସୁନ୍ଦରୀର

ଶିରୀଶ କୋମଳ ଦେହେ। 


ଖରାପୁଆଁ ସେଇ 

କଅଁଳ ଶୀତରେ

ଆକାଶରେ ଜମେ

ବିଦେଶୀ ପକ୍ଷୀଙ୍କ ଭିଡ, 

ଥୁରୁ ଥୁରୁ କମ୍ପେ

ନୂଆ ଭୁଆସୁଣୀ 

ସଙ୍କୋଚ ଦକାରେ..., 

ଥରିଯାଏ ପୁଣି

ବୟସ୍କ କଲିଜା ହାଡ। 


ଶୀତ ସକାଳରେ

ସ୍ବପ୍ନ ବିଭୋର 

କବିତା ପଂକ୍ତି ମୋ'

ଖୋଜୁଥାଏ ସେଇ 

ଉଷୁମ ପରଶ.. 

ଊର୍ଦ୍ଧ୍ବମୁଖି ଧୂନି ଧୂଆଁ, 

ଭୂମିରୁ ଅମ୍ବର

ପରିବ୍ୟାପ୍ତ ଏ

ଚିତ୍ରଗୀତିର ଛନ୍ଦେ ଅଧିର, 

ହସି ଉଠୁଥାଏ

ଶୀତ ସକାଳେ ମୋ'

ସ୍ବପ୍ନପୁରୀ ସମ ଗାଁ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍