STORYMIRROR

Eli Mohanty

Others

3  

Eli Mohanty

Others

ଚିତ୍ର

ଚିତ୍ର

1 min
13.7K


ଆଜି ରାତିକର ସମୟ

ଏ ରାତି ଭିତରେ

ମୃତ ସନ୍ତାନର ଚିତ୍ରଟିଏ ଆଙ୍କିବାର ଅଛି...

କେଜାଣି କୋଉ ରଂଗ ହୁଏ

ଗୋଟେ ମୃତ ଦେହର !

ସବୁ ରଂଗ ଜୀବନ୍ତ

ସବୁ ରଂଗରୁ ଉତୁରି ଆସୁଛି ନୂଆ ବାସ୍ନା

ମୋତେ ପ୍ରଥମେ ତିଆରିବାକୁ ହେବ

ମୃତ୍ୟୁର ରଂଗ....

କେମିତି ଅଙ୍କାଯିବ

ଗୋଟିଏ ମୃତ ସନ୍ତାନର ଆଖି ?

ଗତିର ନିଶ୍ଚଳତା କୋଉ ରଂଗରେ ଧରି ରଖି ହୁଏ ?

ତା ଓଠରେ ଢେର ଶବ୍ଦ ଥିଲା

ନିଶବ୍ଦ ରଂଗ କଣ ତିଆରି ହେଇ ପାରିବ

ରାତିକ ଭିତରେ ?

ହାତ ମୁଠାରେ ସେ ଧରିଥିଲା ପଣତ

ପଣତ ରଂଗରୁ ଟିକେ ନେସି ଯିବନିତ

ତା' ହାତରେ ?

କୋଉ ରଂଗ ଦେବି ବିଚ୍ଛେଦକୁ

ଏତେ ଅଳ୍ପ ସମୟରେ !!

ରାତି ଶେଷରେ

ମୁଁ ଗୋଟିଏ ମୃତ ଚିତ୍ରକର

ମୋ ହାତ ସାରା ଜୀଅନ୍ତା ରଂଗ....

ଯା' ନିଜ ମୃତ୍ୟୁରେ ନିଜେ ଆଙ୍କି ହେଇଯା......!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍