ଚିତ୍ର
ଚିତ୍ର
ଆଜି ରାତିକର ସମୟ
ଏ ରାତି ଭିତରେ
ମୃତ ସନ୍ତାନର ଚିତ୍ରଟିଏ ଆଙ୍କିବାର ଅଛି...
କେଜାଣି କୋଉ ରଂଗ ହୁଏ
ଗୋଟେ ମୃତ ଦେହର !
ସବୁ ରଂଗ ଜୀବନ୍ତ
ସବୁ ରଂଗରୁ ଉତୁରି ଆସୁଛି ନୂଆ ବାସ୍ନା
ମୋତେ ପ୍ରଥମେ ତିଆରିବାକୁ ହେବ
ମୃତ୍ୟୁର ରଂଗ....
କେମିତି ଅଙ୍କାଯିବ
ଗୋଟିଏ ମୃତ ସନ୍ତାନର ଆଖି ?
ଗତିର ନିଶ୍ଚଳତା କୋଉ ରଂଗରେ ଧରି ରଖି ହୁଏ ?
ତା ଓଠରେ ଢେର ଶବ୍ଦ ଥିଲା
ନିଶବ୍ଦ ରଂଗ କଣ ତିଆରି ହେଇ ପାରିବ
ରାତିକ ଭିତରେ ?
ହାତ ମୁଠାରେ ସେ ଧରିଥିଲା ପଣତ
ପଣତ ରଂଗରୁ ଟିକେ ନେସି ଯିବନିତ
ତା' ହାତରେ ?
କୋଉ ରଂଗ ଦେବି ବିଚ୍ଛେଦକୁ
ଏତେ ଅଳ୍ପ ସମୟରେ !!
ରାତି ଶେଷରେ
ମୁଁ ଗୋଟିଏ ମୃତ ଚିତ୍ରକର
ମୋ ହାତ ସାରା ଜୀଅନ୍ତା ରଂଗ....
ଯା' ନିଜ ମୃତ୍ୟୁରେ ନିଜେ ଆଙ୍କି ହେଇଯା......!!