ଚିତ୍ର ପ୍ରତିମା
ଚିତ୍ର ପ୍ରତିମା
1 min
13.3K
ମନେପଡେ
ସବୁବେଳେ ତଳକୁ
ଲାଜରେ ନଇଁ ଯାଉଥିବା ମୁହଁ
ଶୂନ୍ୟରେ ଲଟକି ରହିଥିବା
ସେଇ ଆଖି ଦୁଇଟି
ଶୁଖିଲା ଆଖିକୁ ଜକେଇ ଦେଉଥିବା
ନିରର୍ଥକ ଦୁଇ ବୁନ୍ଦା ଲୁହ
ବାହୁରେ ଢିଲା ପଡି ଆସୁଥିବା
ସୁଦଶା ବ୍ରତ
ମଥାର ବଙ୍କା ସିନ୍ଥୀ
ଆଇନାରେ ହସିବାକୁ
ବିଫଳ ଚେଷ୍ଟା କରୁଥିବା
ଅଲାଜୁକୀ ପ୍ରତିବିମ୍ବ
ବାକ୍ସକୁ ଖୋଲିବାକୁ ଯାଇ
ତା ଆଗରେ ଲଥ କରି ବସିଯାଏ
ମୋଡା କାଗଜରେ
ସାଇତା ତୁମ କେଶ
ପୁଣି କେମିତି ଜିଇ ଉଠେ
ସେଇ ଓଠର ଦଂଶନା
ଆଉ ସ୍ଵେଦର ଅତର
ଆଜି ବି କାଗଜରେ
ନାଲି ଚୁମ୍ବନର ଦାଗ
ସଦ୍ୟ ସୁବାସିତ ଆଜି ବି
ମିଳନର ରାଗ …..
