STORYMIRROR

Eli Mohanty

Others

2  

Eli Mohanty

Others

ଚିତ୍ର ଆଖିର ବାଘ : ୮

ଚିତ୍ର ଆଖିର ବାଘ : ୮

1 min
2.3K




ପାଣି ଭିତରେ ଆଖିର ଥୋପ ପକେଇ,

ଉଡୁଥିବା ମାଛରଂକା ଜାଣେ,

ଦିନର ଗଭୀରତ। ।

ଯେମିତି,

ବହଳେ ସିନ୍ଦୁର ମାଖି ମହନୀୟ ପଥର,

ନିଜ ଭିତରେ ଲୁଚେଇ ରଖେ,

ଈଶ୍ୱରପଣର ଅସହାୟତା....!

ଶାବକର ଶୁଖିଲା ଓଠ,

କେବେ କେବେ ମା' ପାଦରେ,

ବାନ୍ଧିଦିଏ ଘୁଙ୍ଗୁର.....

ଜଳନ୍ତା ଚୁଲୀରେ ଖାଲି ପାଣିକୁ ଫୁଟେଇ,

ଭୋକିଲା ସକାଳ ପାଇଁ,

ତିଆରି କରିବାକୁ ହୁଏ ମିଛମିଛ ପ୍ରତ୍ୟୟ....

ନିଜ କଲିଜା ଉପରେ ପାଦ ରଖି,

ବାଘର ନିଶ୍ୱାସ ଭିତରେ ଦୈାଡୁଥାଏ ମା'

ପଂଝାର ଛାଇ ଛାଇ ଆତଂକ ସହ,

ଖେଳି ଖେଳି ବଢୁଥାଏ ଶାବକର ପlହୁଣ୍ଡ !!

ଦୁର୍ଭାଗ୍ୟର ଲୋମଶ ଅନ୍ଧାର ଭିତରୁ,

ଉତୁରି ଆସେ ଗାଢ ହଳଦୀ ଓ କଳା ରଂଗର

ଆଶ୍ୱାସନା...

ଶେଷ ବିପର୍ଯ୍ୟୟର ଶବ୍ଦ ଶୁଣିପାରିବାର ଧୈର୍ୟ୍ଯ,

ଜୀବନକୁ ଜୀଏଇଁ ରଖିବାର ନିଶାରେ,

ବିକଳ ମାତୃତ୍ୱ,

ଦୈାଡୁଥାଏ,

ସାରା ଜଂଗଲ .....

ଜଂଗଲ ବୁଝେ,

ବାଘ ଭଲପାଉନଥିବା ଅସହାୟତା

ବାଘ ପରି....!!


Rate this content
Log in