STORYMIRROR

BISWESWAR MAJHI

Others

2  

BISWESWAR MAJHI

Others

ଚଇତି ଘୋଡାନାଚ

ଚଇତି ଘୋଡାନାଚ

1 min
3.2K

ଆଉ ଦିନେ ବିଲରେ ଧରିଲି ମୀନ 

ଆଉ ଦିନେ କଅଁଳା ବାଛୁରୀ କାନ

ମା ବାସେଳୀଙ୍କ କୃପା ହେଉ ତୁମ ବଢି ଯାଉ ଧନ ଜନ। 


ଆଉ ଦିନେ ଗଛରେ ଫୁଟିଲା ଫୁଲ

ଆଉ ଦିନେ ବର କନିଆକୁ ଗେଲ 

ଘର ପରିବାର ଏକାଠି ରହିଲେ ବୁଝନ୍ତି ଆନର ମୂଲ।


ଆଉ ଦିନେ ତାଉଆରେ କଲି ପିଠା

ଆଉ ଦିନେ ଖାଇଲି କାକରା ମିଠା

ଦୁଃଖୀ ଜନଙ୍କର ସହାୟତା ପାଇଁ ରନ୍ଧା ଖାଦ୍ୟ ଭାଇ ପଠା । 


ଆଉ ଦିନେ କାଟିଲି କଳମ ଶାଗ

ଆଉ ଦିନେ ମାଉସୀ କହିଲା ଢଗ

ବାସେଳି ମାଆଲୋ ଚଉଦ ବେଳକୁ ନଥାଉ କରୋନା ଦାଗ ।


ଆଉ ଦିନେ ପୀଢାରେ ବସିଲା କାଉ

ଆଉ ଦିନେ କାଉ ହେଲା ରାଉ ରାଉ

ଗୃହବନ୍ଦୀ ଦିନ ସମାପ୍ତ ହୋଇଣ ମଣିଷ କର୍ମଠ ହେଉ ।


ଆଉ ଦିନେ ଖାଇଲି ମାଣ୍ଡିଆ ଜାଉ

ଆଉ ଦିନେ ଚାଲି ଗଲି ଟାଉଟାଉ

ବାସେଳି ସୁଦୟା କରିବେ ବିଶ୍ୱରେ ସୁଖ ଶାନ୍ତି ଭରିଯାଉ ।



Rate this content
Log in