STORYMIRROR

BISWESWAR MAJHI

Others

5.0  

BISWESWAR MAJHI

Others

ଚଇତ ଚରିତ

ଚଇତ ଚରିତ

1 min
639


ଚୋରା ଚଇତିର ହାତ ଧରି ଧୀରେ ଚଇତ ଧରିଛି ଧରା

ବାସନ୍ତୀକ ନବରାତ୍ରି ଆଗମନେ ଆସେ ପରବ ପସରା।

ମେଧା ଋଷିଙ୍କର ଆଶୀର୍ବାଦେ ସୁରଥ ରାଜାଙ୍କ କଷ୍ଟ ଦୂର

ମହା ଆଡମ୍ବର ମହାମାୟା ପୂଜା ବାସନ୍ତିକ ନାମ ତା'ର।

ଅଷୋକ ଅଷ୍ଟମୀ ଶ୍ରୀରାମ ନବମୀ ଚଇତ ପରବ ପୁଣି

ମହାବିଷୁବ ସଂକ୍ରାନ୍ତି ସହିତ ମହାବୀର ଜନ୍ମ ଗଣି ।

ମଲ୍ଲୀର ମହକ ଚହଟେ ଚୌଦିଗେ ପଳାଶର ନାଲି ରଂଗ

ନବ କିଶଳୟ ସବୁଜିମା ଭରେ ପତ୍ରଝଡାର ବିଭଂଗ ।

ପଣାପାଣି ଦାନ ତୃଷିତକୁ କରିବାକୁ ସଜ ପଥଧାର

ଜଳଦାନ ମହାପୁଣ୍ୟ ଅରଜନ ନିଦାଘକୁ ନାହିଁ ଡର ।

ଝାମୁ ଯାତରାର ନିଆଁ ମଡା ବିଧି ରୋଗ ବ୍ୟାଧି କରେ ଦୂର

ହଳଦୀ ପାଣିରେ ପାଦ ଧୋଇ ଗ୍ରୀଷ୍ମ ସହିବାର ଉପଚାର ।

ଗ୍ରୀଷମ ପ୍ରଧାନ ଦେଶ ହେତୁ ଡରିବାର ନୁହେଁ ଖରା ଟାଣ

କ୍ଷିତି ଆପ ତେଜ ମରୁତ ବାୟୁରେ ଗଢା ଆମ ପଂଚ ପ୍ରାଣ ।

ଦକ୍ଷିଣ ରାଇଜେ ଉଗାଦି ପରବ ନବ ବରଷ ପାଳନ

ମହାଭାରତୀୟ ମହାନ ସଂସ୍କୃତି ଏକତାରେ ମୁହ୍ୟମାନ ।

ଚୈତ୍ର ଶୁକ୍ଳ ପକ୍ଷ ପ୍ରତିପଦ ତିଥି ବିଶେଷ ଗୋଟିଏ ଦିନ

ସୃଷ୍ଟି ସଂରଚନା ସୃଷ୍ଟି କର୍ତ୍ତା ବ୍ରହ୍ମା କରିଥିଲେ ଏହିଦିନ ।

ଯୁଧିଷ୍ଠିର ମହାରାଜାଙ୍କର ରାଜ୍ୟ ଅଭିଷେକ ହେଲା ପୁଣ

ବିକ୍ରମ ସମ୍ବତ୍ସର ଖ୍ରୀଷ୍ଟପୂର୍ବ ସମୟରୁ ପ୍ରଚଳନ ।

-ବିଶ୍ୱେଶ୍ଵର ମାଝୀ-


Rate this content
Log in