STORYMIRROR

Bunee Tripathy

Others

3  

Bunee Tripathy

Others

ଚିରସୁନ୍ଦର

ଚିରସୁନ୍ଦର

1 min
148

ପ୍ରସ୍ଫୁଟିତ ପୁଷ୍ପ ଗନ୍ଧ

ହୃଦୟେ ତୋଳଇ ଛନ୍ଦ

କାନନ କୁଞ୍ଜର ତାଳ

ପିକର ମଧୂର ସ୍ବର

ମନେଭରେ ଉନ୍ମାଦନା

କାନନର ସବୁଜିମା

ସୃଷ୍ଟି ତୋର ଚିରସୁନ୍ଦର

ଆମେ ତ ନିମିତ୍ତ ମାତର।


ସମୀରର ମୃଦୁ ଶୀହରଣ

ତନୁମନ କରେ ଆଚ୍ଛାଦନ

ଚନ୍ଦ୍ରମାର ଶ୍ବେତ ଆବରଣ

ତାରକା କରନ୍ତି ଅବସ୍ଥାନ

ପୂରୁବେ ଉଠଇ ସୂରୁଜ

ନବ ପ୍ରଭାତର ମୂରୁଜ

କରେ ଧରି ପୁଷ୍ପ ସମ୍ଭାର

ଉଷା ଆଗମନ ସତ୍ତ୍ବର

ସୃଷ୍ଟି ତୋର ଚିରସୁନ୍ଦର

ଆମେତ ନିମିତ୍ତ ମାତର।


ଶୀତଳ ବନର ଜୋଛନା

ଝଲସି ଉଠଇ ଝରଣା

ସୁକୁମାରୀ ଗିରିନନ୍ଦିନୀ

ହୀରକ ସମ ତାର ପାଣି

ତୃଷିତର ତୃଷା ମେଣ୍ଟାଏ

ଅମୃତ ଧାରା ସେ ବୁହାଏ

ସୃଷ୍ଟି ତୋର ଚିରସୁନ୍ଦର

ଆମେତ ନିମିତ୍ତ ମାତର।



Rate this content
Log in