ଚିରସୁନ୍ଦର
ଚିରସୁନ୍ଦର
1 min
153
ପ୍ରସ୍ଫୁଟିତ ପୁଷ୍ପ ଗନ୍ଧ
ହୃଦୟେ ତୋଳଇ ଛନ୍ଦ
କାନନ କୁଞ୍ଜର ତାଳ
ପିକର ମଧୂର ସ୍ବର
ମନେଭରେ ଉନ୍ମାଦନା
କାନନର ସବୁଜିମା
ସୃଷ୍ଟି ତୋର ଚିରସୁନ୍ଦର
ଆମେ ତ ନିମିତ୍ତ ମାତର।
ସମୀରର ମୃଦୁ ଶୀହରଣ
ତନୁମନ କରେ ଆଚ୍ଛାଦନ
ଚନ୍ଦ୍ରମାର ଶ୍ବେତ ଆବରଣ
ତାରକା କରନ୍ତି ଅବସ୍ଥାନ
ପୂରୁବେ ଉଠଇ ସୂରୁଜ
ନବ ପ୍ରଭାତର ମୂରୁଜ
କରେ ଧରି ପୁଷ୍ପ ସମ୍ଭାର
ଉଷା ଆଗମନ ସତ୍ତ୍ବର
ସୃଷ୍ଟି ତୋର ଚିରସୁନ୍ଦର
ଆମେତ ନିମିତ୍ତ ମାତର।
ଶୀତଳ ବନର ଜୋଛନା
ଝଲସି ଉଠଇ ଝରଣା
ସୁକୁମାରୀ ଗିରିନନ୍ଦିନୀ
ହୀରକ ସମ ତାର ପାଣି
ତୃଷିତର ତୃଷା ମେଣ୍ଟାଏ
ଅମୃତ ଧାରା ସେ ବୁହାଏ
ସୃଷ୍ଟି ତୋର ଚିରସୁନ୍ଦର
ଆମେତ ନିମିତ୍ତ ମାତର।
