STORYMIRROR

Anuja Behera

Others

4  

Anuja Behera

Others

ଚିରା ଚରିତ୍ର

ଚିରା ଚରିତ୍ର

1 min
194

      


ଭବ ଦରିଆରେ ଅଭାବିଟିଏ ମୁଁ

କୁଳପାଏ ନାହିଁ ନୀତି ପିଏ ପାପ ବିଷ

ପଥଭ୍ରଷ୍ଟ ପଥେ ପଥିକଟିଏ ମୁଁ

ଲକ୍ଷ ମୋର ଶୂନ୍ୟତଟ    ।।


ଅଭିଶପ୍ତ ଏଇ ଜୀବନର ମୂଲ୍ୟ

ବିଷାଦର ନ୍ୟସ୍ତ ସଦା

ମୋ ପ୍ରତିବିମ୍ବ ମୋତେ ନିନ୍ଦି କହେ

ମୋ ଚରିତ୍ର ଅଳିଆ ଗଦା   ।।


କୃଷ୍ଣ ସାଜି କେତେ ମନ ମୁଁ ମୋହିଛି

ପିନ୍ଧି ସାଧୁ ଭଦ୍ର ମୁଖା

ପ୍ରତାରଣା ଦୁଃଖ ଅନେକୁ ଦେଇଛି

ସୁଖ ବାଉଳାରେ

ଦୁଃଖ ମୋ ଜୀବନ ସଖା    ।।


ନିନ୍ଦା ଅପବାଦ ମୋ ପାଇଁ ବଉଦ

କଳଙ୍କ ମୋ ଇତିହାସ

ଚିରା ଚରିତ୍ରର କି ଚିତ୍ର ଆଙ୍କିବି

ଚିରି ଯାଇଥିବା ଚରିତ୍ରେ ପାପର ବିଷ  ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍