STORYMIRROR

Santanu kumar Meher

Others

2  

Santanu kumar Meher

Others

ଚିର ପଥିକ

ଚିର ପଥିକ

1 min
644


ଜୀବନର ଯନ୍ତ୍ରଣାରେ,

ଯେବେ ଲୋଟେ ସେ-

ଜରାଜୀର୍ଣ୍ଣ ଅସରୀର ରୂପନେଇ

ନିର୍ଜନ-ନିଛାଟିଆ ରାସ୍ତାରେ-

ଭାବନାର ସତରାଶି ଉଙ୍କିମାରେ,

ରହିଯାଏ ଅବଶୋଷେ।। ।।୧।।


ହା..ହାକା'ରେ ଧିକକାରେ-

ଜୀବନପ୍ରତି,

ଖୋଜିବୁଲେ, ବିସ୍ତୀର୍ଣ୍ଣ ମରୁଭୂମିରେ ;

କେବଳ ଜଳର ସନ୍ଧାନରେ ;

କିନ୍ତୁ ମରୀଚିକା କୁହୁକରେ-

ଜାଣିପାରେନା ତା ସ୍ଥିତି ! ।।୨।।


ଜୀବନର ସୀମିତ ରାସ୍ତା,

ଶସ୍ତା କି ତା ପାଇଁ ?

ଜାଣେନା କି ଜୀବନ ସଂଗ୍ରାମ କରି !

ପାରିନାହିଁ ସେ ସଂଗ୍ରାମର ଅସ୍ତ୍ର-

କେବେ ହେଲେ ଜିଜ୍ଞାସାରେ ଛୁଇଁ ,

ନିଃସ୍ୱତାର ଆଖ୍ୟା ନେଇ ! ।।୩।।


ସତରେ, ତା ଜୀବନର .....

କେଇଖଣ୍ଡ ସେ-

ଅଛିଣ୍ଡା ଗଣିତ କଣ ଛିଣ୍ଡେ ନାହିଁ ?

ତା'ରି ସୂତ୍ର କଣ ସେ ଜାଣେନା ?

ତଥାପି ସମସ୍ୟାର ଖାତାଟି,

ଧୀରେ ଉଜୀପନାରେ ସେ ।।।୪।।

****

ଅଧ୍ୟାପକ ଶାନ୍ତନୁ କୁମାର ମେହେର

ଆଠମଲ୍ଲିକ, ଅନୁଗୁଳ

9437160065


Rate this content
Log in