STORYMIRROR

Dipti lekha Mishra

Others

3  

Dipti lekha Mishra

Others

ଚିର ନିଦ୍ରା

ଚିର ନିଦ୍ରା

1 min
298

ତୁ ନା ସତରେ ଭାରୀ ବିଚିତ୍ର ଅଟୁ

ତୋ ରଙ୍ଗ ନାହିଁ କି ରୂପ

ତଥାପି ତୁହି ଆସୁ କେତେ ଆନନ୍ଦେ

କରୁ ତୋ କାର୍ଯ୍ୟକଳାପ ॥


ନାମ ତୋ ମୄୄୄୄୄୄୄୄୄୄୄତ୍ୟୁ ଦ୍ବିତୀୟ ଚିରନିଦ୍ରା

ଶାନ୍ତିରେ ଆସୁ ଜୀବନେ

ତୋର ଆସିବା ସମସ୍ତଙ୍କୁ କନ୍ଦାଏ

ଏ କଥା କିଏ ନ ଜାଣେ !


ତୁ ଆସିବା ସମୟ କିଏ ଜାଣେନି

କି ରହିବାର ଠିକଣା

ତୋର ଆସିବାରେ କିନ୍ତୁ ବାଜୁଅଛି

କେତେ ଯେ ବାଦ୍ୟ ବାଜଣା ॥


ଅଚାନକ ଝଡ ହୋଇ ଆସିଯାଉ

ଦୁଃଖ ଦେଇ ଚାଲିଯାଉ

କାହା ସଂସାର ପୁଣି ଉଜାଡିଦେଉ

ହସଖୁସି ପୋଛି ଦେଉ ।


ପିଲାରୁ ବୁଢାଯାଏଁ ସମସ୍ତେ ତୋତେ

ଅନେକ ଭୟ କରନ୍ତି

କାହା ଉପରେ ନଜର ଢାଳିଅଛୁ

କେହି ସତେ ନ ଜାଣନ୍ତି ॥


ଜନ୍ମ ହେଲେ ଖୁସିର ଲହରୀ ଖେଳେ

ମିଠା ବାଣ୍ଟନ୍ତି ପ୍ରଫୁଲ୍ଲେ

କିନ୍ତୁ ରେ ମୄୄୄୄୄୄୄତ୍ୟୁ !ତୋ ଆସିବା ଖବରେ

ସଭିଏଁ ଦୁଃଖି ହିଁ ହେଲେ ॥


Rate this content
Log in