ଚିଲିକା
ଚିଲିକା
କୈଳାସ ଚନ୍ଦ୍ର ପାଢୀ। କୁମାର ପୁର।
(ପୂର୍ବପ୍ରକାଶିତ ଉତ୍ତାରୁ)
=================
ସୁଖଦ -ଏ ତୋର
ବାଲୁକା -ପ୍ରାନ୍ତର
ତୁଳି ତଳ-୍ପ ଶଯ୍ୟାପ୍ରାୟ,
ହୁଅଇ- ପ୍ରତୀତ
ସତେ- ଭାବାତୀତ
ପରିପାଟୀ- କମନୀୟ।
ସ୍ବଚ୍ଛ- ଜଳଧାର
ନୀଳ- ବେଣୀହାର
ତହିଁ କୁସୁମର- ଦଳ,
ବିଟପୀ- ବିପଞ୍ଚି
ଶ୍ରୋତା- ମନ- ରଂଜି
କରନ-୍ତି ନେତ୍ର ଚଞ୍ଚଳ।
ତୋ ବିଶାଳ- ବୁକେ
କ୍ରୀଡନ୍ତି- କୌତୁକେ
ମୀନ- ମଗର- ସାଂକୁଚ,
ଠାବେ ଠାବେ- ବୁଡି
ଉଠନ୍ତି -ଠାବକେ
ନଥାଏ ଭୟ- ସଂକୋଚ।
ଜଳ କରଟର
ବିଚିତ-୍ର ଭଂଗୀମା
ଆହାକି -ଆନନ୍ଦ ଦାୟୀ,
ଭାବୁକ- ମାନସେ
ନବ -ଭାବନାର
ସୂତ୍ରପାତ- କରୁଥାଇ।
ଉତ୍କଳ ଜନନୀ
ଶୋଭାଶ୍ରୀ- ବର୍ଦ୍ଧିନୀ
ଅଟୁଲୋ- ଚିଲିକା ତୁହି,
ଉତ୍କଳ ବାସୀକୁଂ
ଆନନ୍ଦ- ପ୍ରଦାନେ
ତୋସମ- କେଅଛି କାହିଁ।
ନିଶାର୍ଦ୍ଧରେ- ଦୋଳା
ଚଢି ସ୍ବର୍ଗ- ବାଳା
ଆସନ୍ତି- ଧିରେ ଓହ୍ଲାଇ,
ପରମ -ଖୁସିରେ
ଫେରିଯାନ୍ତି -ପୁରେ
ତୋଜଳରେ- ଅବଗାହି।
*******************
