STORYMIRROR

Bijoy Jena

Others

3  

Bijoy Jena

Others

ଚିଲିକା ହ୍ରଦ

ଚିଲିକା ହ୍ରଦ

1 min
257

ଏସିଆର ବଡ  ଲବଣାକ୍ତ ହ୍ରଦ

  ଚିଲିକା ଆମ ରାଇଜେ

କି ସୁନ୍ଦର ଦିଶେ  ମାଆ କାଳିଜାଇ

  ମନ୍ଦିର ତା ଗର୍ଭେ ବିଜେ!


ପାଲୁରଗଡ଼ଠୁ  ଅରଖକୁଦା ଯେ

   ଚିଲିକାର ଜଳରାଶି

ପୁରୀଠୁ ଗଞ୍ଜାମ  ସୀମା ସରହଦ

   ମୁହାଣେ ଯାଇଛି ମିଶି!


ଗଡ଼ ପାରିକୁଦ   ମାଲୁଦ ରାଇଜ

   ବେନି ଦ୍ୱୀପ ଅବସ୍ଥିତ

ତହିଁ ମଧ୍ୟେ ଅଛି  ଛୋଟ ବଡ଼ ଗ୍ରାମ

   ପ୍ରକୃତିରେ ବ୍ୟବସ୍ଥିତ!


ଅତିଥି ବିହଙ୍ଗ  କୋଳାହଳ ଶୁଭେ

   ମୁଖରିତ ନଳବଣ

ଉତ୍ତର ଦକ୍ଷିଣ  ନାସିକୁ ଧରିଣ

   ଆନନ୍ଦରେ ବିହରଣ!


ସୂର୍ଯ୍ୟ ଅସ୍ତ ଗଲେ ଭାଲେରୀ ସେପାଖେ

  ଦିଶେକେଡେ ମନୋରମ

ଚଢ଼େଇହଗାର  ପାହାଡ଼େ ଫେରନ୍ତି

  ସାଥୀ କେତେ ବିହଙ୍ଗମ!


ଶୀତ ଶେଷ ଯାଏ ଚିଲିକା ରାଣୀ ଯେ

   କୋଳାହଳେ ଊଛୁଳଇ

ଶାନ୍ତ ନୀଳ ଜଳେ  ମଗର ସଙ୍କୁଚ

  ବଡ଼ ଆନନ୍ଦେ ଖେଳଇ!


ଦେଶ ବିଦେଶରୁ  ପର୍ଯ୍ୟଟକ ବୃନ୍ଦ

   ଆସନ୍ତି ଚିଲିକା ବୁଲି

ଡ଼ଲଫିନ ଦେଖା  ନଉକା ବିହାର

  କେହି ନପାରନ୍ତି ଭୁଲି!


ଚିଲିକା ସୂଚାଏ  ନୌବାଣିଜ୍ୟର

   ଅତୀତ ଗାରିମା କଥା

ଏଇଠୁ ସାଧବ  ବୋଇତରେ ଯାଇ

  ଆଣିଛି ଗୌରବ ଯଥା!


ସେ କାଳ ଯାଇଛି ଅତୀତରେ ହଜି

   ଜୀବନ୍ତ ରହିଛି ସ୍ମୃତି

ଧନ୍ୟ ଲୋ ଚିଲିକା ଶୋଭାର ପସରା

   ଉତ୍କଳ ଜନନୀ ଜ୍ୟୋତି!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍