Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalish Chandra Parhi

Others

3  

Kalish Chandra Parhi

Others

ଚିଲିକା - ୩

ଚିଲିକା - ୩

1 min
484


(ପୂର୍ବ ପ୍ରକାଶିତ ଉତ୍ତାରୁ)

ଚାରୁ- ହାସ୍ୟମୟୀ

ଚାର-ୁ ଲାସ୍ୟମୟୀ

ରୂପଶ୍ରୀ- ଚିତ୍ତହ୍ଲାଦିନୀ,

ଉତ୍କଳ- ମାତାର

ଚାର-ୁ ଗଳାହାର

ଶୋଭା- ବର୍ଦ୍ଧନକାରିଣୀ।

ତୋ ବକ୍ଷେ- ମାଲୁଦ

ଆଉ- ପାରିକୁଦ

ପୁଣି-ଦେବୀ କାଳିଜାଇ,

ମାମୁଁଭଣଜା- ଓ

ଭାଲେରୀ ପାହାଡ-

ଶୋହୁଥାନ୍ତି -ସଦାରହି।

ତୋତେନେଇ କେତେ

କଥା- ଉପକଥା

ସାହିତ୍ଯ ରଖିଚି ଧରି,

ଆମ ଭାଷା- ଆମ

ସଂସ୍କୃତିରେ- ତୋର

କିରତୀ- ରହିଚି ପୁରି।

କେତେକେତେ- କବି

ତୋର- ଚାରୁଛବି

ବିଲୋକି- ନେତ୍ର ପଟଳେ,

କରି ଯାଇଛନ୍ତି

ତୋର ସ୍ତୁତ-ି ଗାନ

ଅକବି- ଯାହା ମୁଁ ଭାଳେ।

ନାହିଁ -ଭାବ -ନାହିଁ

ଭାଷାଗ୍ୟାନ- ମୋର

ନାହିଁବିତ- କବି-ପଣ,

ତଥାପି -ତୋ-ଶୋଭା

ବର୍ଣନେ- ମାନସ

କରିଅଛି -ଟାଣ ପଣ।

ନୈସର୍ଗିକ- ଶୋଭା

ଅଲୌକିକ- ପ୍ରଭା

ଅନିନ୍ଦ୍ୟ- ତୋ ରୂପରାଶି,

ପ୍ରଣୟ- ପୁଲକ

ଜଗାଏ -ମାନସେ

ପାହିଯାଏ-ଦୁଃଖନିଶି।

କ୍ରମଶଃ ..

କୈଳାସ ଚନ୍ଦ୍ର ପାଢୀ। କୁମାର ପୁର।


Rate this content
Log in